More News

ଡାଲମିଆଁ ସିମେଣ୍ଟ ଭାରତ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ |

କଟକ (ଉତ୍କଳ ନ୍ୟୁଜ ) ୨୦-୧୨-୨୦୨୩ : ସର୍ବ ପୂରାତନ ଡାଲମିଆଁ କମ୍ପାନୀ ତରଫରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ହାଇସ୍କୁଲ ପଡିଆରେ ବୁଧବାର ପୂର୍ବାହ୍ନରେ ରାଜମିସ୍ତ୍ରୀମାନଙ୍କ ମଧ୍ୟରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । କମ୍ପାନୀ ତରଫରୁ ଏରିଆ ଅଫିସର କଲ୍ଲୋଳକାନ୍ତି ସାହୁ, ଟେକ୍ନିସିଆନ୍ ରାଜେଶ ଜେନା ଏବଂ ଶଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଖେଳଟିକୁ ସ୍ଥାନୀୟ ଅଞ୍ଚଳର ଡିଲର ପ୍ରଭାତ ସାହୁ, ବରଦା ପ୍ରସାଦ ସାମନ୍ତରାୟ, ମନୋରଞ୍ଜନ ପାଣିଗ୍ରାହୀ, ବିପ୍ଳବ ପାତ୍ର, ନିରଞ୍ଜନ ସାହୁ, ସାଇରାମ ପାଳକ, ବସନ୍ତ ପାଣିଗ୍ରାହୀ, ଲକ୍ଷ୍ମୀଧର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଡିଏସପି ଓ ଡାଲମିଆଁ ଦୁଇଟି ଗ୍ରୃପ ମଧ୍ୟରେ ଖେଳ ହୋଇଥିଲା । ଚମ୍ପିଆନ୍ ହୋଇଥିବା ରାଜମିସ୍ତ୍ରୀ ରାଜେନ୍ଦ୍ର ବାରିକଙ୍କ କପ୍ ପ୍ରଦାନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

୩୭ତମ ଜାତୀୟ ସିନିୟର ମହିଳା ସିପାକ୍‌ଟାକ୍ରୋ ଖେଳରେ ଚାନ୍ଦବାଲିରୁ ୩ ଜଣ ମନୋନୀତ |

କଟକ (ଉତ୍କଳ ନ୍ୟୁଜ ) ୬-୧୦-୨୦୨୩ : ସିପାକ୍‌ଟାକ୍ରୋ ଖେଳରେ ଓଡିଶା ତଥା ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୩ ଜଣ ଖେଳାଳୀ । ୩୭ତମ ଜାତୀୟ ଖେଳ ସିନିୟର ମହିଳା ସିପାକ୍‌ଟାକ୍ରା ଦଳ ପାଇଁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଖେଳ ପାଇଁ ରୂପାଲୀ ସାହୁ, ଗାୟତ୍ରୀ ସାହୁ ଓ ସଂଗିତା ଗିରି ମନୋନୀତ ହୋଇଥିବା ସୂଚନା ମିଳିଛି । ଏହି ଖେଳ ଚଳିତ ମାସ ୩୦ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ଠାରୁ ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର କଳିଙ୍ଗ ଷାଡିୟମରେ ସେମାନଙ୍କୁ ଅଭ୍ୟାସ କୋଚିଂ କ୍ୟାମ୍ପରେ ସାମିଲ ହେବାକୁ ଯାତ୍ରା କରିଛନ୍ତି । ଏନେଇ ଚାନ୍ଦବାଲିରେ ସ୍ପୋର୍ଟ ଏକାଡ଼େମୀ ପକ୍ଷରୁ ଶୁକ୍ରବାର ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସେହି ୩ ଜଣ ଚାନ୍ଦବାଲିର ଖେଳାଳୀଙ୍କର କୋଚ୍ ହେଉଛନ୍ତି ଚାନ୍ଦବାଲିର ଗର୍ବ ଓ ଗୌରବ ତଥା ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକ । ମନୋନୀତ ହୋଇଥିବା ଖେଳାଳୀମାନେ ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାଲିମ୍ ନେଉଥିଲେ । ଏନେଇ ଚାନ୍ଦବାଲିରେ ଖୁସିର ଲହରୀ ଖେଳି ଯାଇଛି । ଏଠାରେ ସୂଚନା ଥାଉକି, ସିପକଟାକ୍ରୋ ଖେଳରେ ଓଡିଶାର ପ୍ରଥମ କରି ଜୁନିଅର ବିଭାଗର ଲକ୍ଷ୍ମୀପ୍ରିୟା ନାୟକ ୨୦୧୦ ମସିହାରେ ଭାରତୀୟ ଦଳରେ ମନୋନୀତ ହୋଇ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସେହିପରି ୨୦୧୭ ମସିହାରେ ମାମୁନି ମହତା ମଧ୍ୟ ଭାରତୀୟ ଦଳରେ ଖେଳିଥିଲେ । ସେହିପରି ଫୁଟବଲରେ ମଧ୍ୟ ୨୦୧୭ ମସିହାରେ ସୁକାନ୍ତି ରାଉଳ ଭାରତୀୟ ଦଳରେ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଏହି ଚାନ୍ଦବାଲି ଅଞ୍ଚଳର । ସିପକଟାକ୍ରୋ ଖେଳରେ ଚାନ୍ଦବାଲିରୁ ଖେଳାଳୀମାନେ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଖେଳାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରୁ ସମସ୍ତ ଖେଳାଳୀମାନଙ୍କୁ ଗତ ତା ୧୫-୩-୨୧ରିଖରେ ତଡି ଦିଆଯାଇଛି । ଯାହାକୁ ନେଇ କୋଚ୍ ଲକ୍ଷ୍ମୀପ୍ରିୟା ନାୟକ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବା ଜଣାଯାଇଛି ତେବେ ସେ ଯାହା ହେଉନା କାହିଁକିଁ ଏହି ଖେଳାଳୀମାନେ କେବଳ ଚାନ୍ଦବାଲି ନୁହେଁ ବରଂ ଭାରତରେ ଗର୍ବ ଓ ଗୌରବ । ସିପକଟାକ୍ରୋ ସଂଘର ଜିଲ୍ଲା ସମ୍ପାଦକ ଆଇନ୍‌ଜୀବି ପ୍ରଭାଶ ରଞ୍ଜନ ମହାନ୍ତି, ଆଇନ୍‌ଜୀବି ତ୍ରିଲୋଚନ ଦାଶ, ରାଜନାରାୟଣ ନାୟକ, ଆଲୋକ ଦାସ, ପ୍ରବୀର ପ୍ରଧାନ, ଆନ୍ତର୍ଜାତୀୟ ଖେଳାଳୀ ତଥା କୋଚ୍ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଏହି ପ୍ରତିଭାମାନଙ୍କର ଉତ୍ତୋରୋତ୍ତର କାମନା କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...

ଶେଷ ଲିଗ ମ୍ୟାଚ ବାଙ୍କୀ ଆଥଲେଟିକ ଆସୋସିଏସନ ବିଜୟୀ |

କଟକ (ଉତ୍କଳ ନ୍ୟୁଜ) ୯-୧୨-୨୦୨୨ : କଟକ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଚୌଦ୍ୱାର ଓଟିଏମ ସ୍କୁଲ ଖେଳପଡିଆ ରେ ଚାଲିଥିବା ବଚନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଷଷ୍ଠ ଦିନ ର ଖେଳ ଶେଷ ହୋଇଯାଇଛି | ଏହି ମ୍ୟାଚ ବାଙ୍କୀ ଆଥଲେଟିକ ଆସୋସିଏସନ ସହ ଇଲେଭେନ ଗନ କ୍ଲବ କଟକ ମଧ୍ୟ ରେ ଖେଳାଯାଇଥିଲା | ମୁଖ୍ୟ ଅତିଥି ଭାବେ ହିନ୍ଦ ସେବକ ସଂଘ ର ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଦାମୋଦର ସାହୁ , ଚୌଦ୍ୱାର ସ୍ପୋର୍ଟ୍ସ କାଉନସିଲ ର ସଭାପତି ଟିକି ସାମଲ ,ଫାଓ ର ସାଧାରଣ ସମ୍ପାଦକ ବିଶ୍ୱରଂଜନ ଘଡେଇ , ସିଡିଏଏ ର ଭାଇସ ପ୍ରେସିଡେଣ୍ଟ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖେଳ ର ଶୁଭାରମ୍ଭ କରାଇଥିଲେ | ବାଙ୍କୀ ଆଥଲେଟିକ ଆସୋସିଏସନ ସହ ଇଲେଭେନ ଗନ କ୍ଲବ କଟକ ମଧ୍ୟ ରେ ଖେଳାଯାଇଥିବା ମ୍ୟାଚ ଟି ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଇଲେଭେନ ଗନ କ୍ଲବ ବାରମ୍ବାର ଗୋଲ ଦେବା ର ସୁଯୋଗ ହାଥ ଛଡା କରିଥିଲା | ତେବେ ବାଙ୍କୀ ଆଥଲେଟିକ ଆସୋସିଏସନ ସଫଳତା ର ସହ ୨ ଟି ଗୋଲ ଦେଇ ୨-୦ ବ୍ୟବଧାନ ରେ ବିଜୟ ଲାଭ କରିଥିଲା | ବିଜୟୀ ଦଳ ର ଅଜିତ ନାୟକ ଶ୍ରେଷ୍ଠ ଖେଳାଳି ଭାବେ ପରିସ୍କୃତ ହୋଇଥିଲେ | ଏହି ମ୍ୟାଚ ଟିକୁ ରେଫ୍ରି ବିଜୟ ମଙ୍ଗରାଜ , ପ୍ରଦୀପ ମହାନ୍ତି , ଦୈତାରୀ କାରୁଆ ପ୍ରମୁଖ ପରିଚାଳନା କରିଥିଲେ | ଶନିବାର ପ୍ରଥମ କ୍ୱାର୍ଟରଫାଇନାଲ ର ଆକର୍ଷଣୀୟ ମ୍ୟାଚ ବିଡାନାସୀ କ୍ଲବ ସହ ଇଂଡିପେଣ୍ଡେଣ୍ଟ କ୍ଲବ ମଧ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ମ୍ୟାଚ ରେ ବହୁ ସଂଖ୍ୟା ରେ ଯୋଗଦେଇ ଏହି ଆକର୍ଷଣୀୟ ମ୍ୟାଚ କୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ୟୁଥ ଆସୋସିଏସନ ର ସଭାପତି ଅଶୋକ କୁମାର ସାହୁ କହିଛନ୍ତି | ସଞ୍ଜୟ କୁମାର ରାଉତ ମ୍ୟାଚ ପରିଚାଳନ କରିଥିବା ବେଳେ ସଂଜୀବ ପ୍ରଧାନ ,ବାପି ମଲ୍ଲ , ଚିନ୍ତାମଣି ସାହୁ , ସନ୍ତୋଷ ଓଝା , ପ୍ରବୀର ସେନାପତି ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ | ଚୌଦ୍ୱାର ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

୧୯ ବର୍ଷରୁ କମ ଓଡ଼ିଶା ମହିଳା କିକ୍ରେଟ ଦଳର ସ୍ଥାନ ପାଇଲେ ଚାନ୍ଦବାଲି ଝିଅ ପୂଜାରାଣୀ |

କଟକ(ଉତ୍କଳ ନିଉଜ)୨୪/୦୯/୨୦୨୨ : ଭଦ୍ରକ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ଚାନ୍ଦବାଲି ଝିଅ ପୂଜାରାଣୀ ଦାସ । ସେ ୧୯ ବର୍ଷରୁ କମ ଓଡ଼ିଶା ମହିଳା କିକ୍ରେଟ ଦଳର ଟି-୨୦ ଏକ ଦିବସୀୟ ଦଳରେ ସ୍ଥାନ ପାଇଛନ୍ତି । ଓସିଏ ମନୋନୟନ କମିଟି ପକ୍ଷରୁ ୧୫ ଜଣିଆ ତାଲିକାରେ ଓଡ଼ିଶା ଦଳରୁ ଖେଳିବା ପାଇଁ ତାଙ୍କ ନାମ ଘୋଷଣା ହୋଇଛି । ଏଥିନେଇ ସେ ବିସିଆଇର ୧୯ ବର୍ଷର କମ ମହିଳା ଦଳର ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଅକ୍ଟୋବର ୧ରୁ ବିଜୟୱାଡ଼ାରେ ଖେଳିବେ । ଏଥିନେଇ ଚାନ୍ଦବାଲିର ଝିଅ ପୂଜାରାଣୀ ଦାସଙ୍କୁ ସୁଭେଚ୍ଛା ଦେଇଛି ଚାନ୍ଦବାଲି ସୋର୍ସ୍ପ ଏକାଡ଼େମୀ ।
ପୂଜାରାଣୀର ପିଲାଟି ଦିନରୁ କିକ୍ରେଟ ଖେଳ ପ୍ରତି ରହିଥିଲା ଅହେତୁକ ଦୃବଳତା । ତେଣୁ ତାଙ୍କ ପିତା କିଶୋର ଦାସଙ୍କ ପ୍ରତି ଅନୁପ୍ରାଣିତ ହୋଇ ଆରମ୍ଭ କରିଥିଲେ କ୍ରିକେଟ ଖେଳ ତାଙ୍କୁ ଆଜି ଓସିଏ ଚୟନ କରିବା ପରେ ଚାନ୍ଦବାଲି ପୋର୍ସ୍ପ ଏକାଡ଼େମୀର ସମ୍ପାଦକ ମନୋଜ ମିଶ୍ର, ଜଗବନ୍ଦୁ ଦାସ , ରଘୁନାଥ ସାହୁ, ସୁଧିର ମହାନ୍ତି, ଗୋପିରାମ ଅଗ୍ରୱାଲ, ପଫୁଲ ଦାସ ଓ ଶିଶିର ଦାସ ପ୍ରମୁଖ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ଚୌଦ୍ୱାର ରେ ଓଟିଏମ ପ୍ରିମିୟର ଲିଗ (ଓପିଏଲ) ଆରମ୍ଭ |

କଟକ(ଉତ୍କଳ ନିଉଜ)୨୬/୦୫/୨୦୨୨ :ଚୌଦ୍ୱାର ରେ ଗୁରୁବାର ଏକ ରଙ୍ଗା ରଙ୍ଗ ପରିବେଶ ଭିତରେ ଓଟିଏମ ପ୍ରିମିୟର ଲିଗ (ଓପିଏଲ) ର ଉଦ୍ଘାଟନୀ ଉତ୍ସବ ଅନୂଷ୍ଠିତ ହୋଇଯାଇଛି | ଓଟିଏମ କଲୋନୀ ସତ୍ୟନାରାୟଣ ମନ୍ଦିର ପଡିଆ ରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ଗୁରୁବାର ରୁ ଆରମ୍ଭ ହୋଇ ୨୮ ତାରିଖ ଶନିବାର ଦିନ ଶେଷ ହେବ | ଉଦ୍ଘାଟନୀ ଉତ୍ସବ ରେ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଚୌଦ୍ୱାର ପୋୖରାଦକ୍ଷା ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ, ଉପଦକ୍ଷ ଶୁଭେନ୍ଦୁ ସମ୍ମଲ ,ଚୌଦ୍ୱାର ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା ,ପୂର୍ବତନ ପୋୖରାଦକ୍ଷ ପ୍ରେମ ଚାନ୍ଦ ନାୟକ ,ବିଜେପି ନେତ୍ରୀ ଦେବସ୍ମିତା ନାୟକ ,କାଉନ୍ସିଲର ଦିଲୀପ ସାହୁ ,ଆଶୁତୋଷ ଦାସ ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |
ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଫିତା କାଟି ଓଟିଏମ ପ୍ରିମିୟର ଲିଗ (ଓପିଏଲ) ର ଉଦ୍ଘାଟନ କରିଥିବା ବେଳେ , ଖେଳିଥିବା ଆଠଟି ଟିମ ର ମାଲିକ ମାନଙ୍କ ଦ୍ୱାରା ଟ୍ରଫି ଗୁଡିକର ଉନ୍ମୋଚନ କରାଯାଇଥିଲା |ତିନି ଦିନ ଧରି ଖେଳ ଯିବାକୁ ଥିବା ସମସ୍ତ ମ୍ୟାଚ ରାତିରେ ଫ୍ଲଡ ଲାଇଟ ରେ ଖେଳ ଯିବା ବୋଲି ଲିଗ ଆୟୋଜକ କମିଟି ର ଚେୟାରମ୍ୟାନ ଅର୍ଜୁନ ପଣ୍ଡା କହିଛନ୍ତି |ଉଦ୍ଘାଟନୀ ମ୍ୟାଚ ର ପ୍ରଥମ ମ୍ୟାଚ ,ଅର୍ଜୁନ ଆର୍ମି ଏକାଦଶ ସହ ଟୁକୁନା ଡିଜେ ଟାଇଗରସ ଙ୍କ ସହ ଖେଳ ଯାଇଥିଲା |

Read More ...

ଭାରତ ର ୬ ଟି ରେଳଷ୍ଟେସନ କୁ ବୋମା ରେ ଉଡାଇଦେବାକୁ ଧମକ !

କଟକ (ଉତ୍କଳ ନ୍ୟୁଜ) ୧୦-୦୫-୨୦୨୨ : ପୁଣି ଭାରତ କୁ ଧମକଭରା ଚିଠି ପଠାଇଛି ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ | ଏହି ଚିଠି ରେ ଉତ୍ତରାଖଣ୍ଡ ର ଅନେକ ରେଲୱେ ଷ୍ଟେସନ କୁ ବୋମା ପକାଇ ଉଡାଇଦେବାକୁ ଧମକ ଦିଆଯାଇଛି | ଏହି ସୂଚନା ମିଳିବାପରେ ସାରା ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କଡାକଡି କରିଦିଆଯାଇଛି | ସୂଚନା ଅନୁଯାୟୀ, ରୁଡ଼ିକ ରେଲୱେ ଷ୍ଟେସନ ର ଅଧିକ୍ଷକ ଙ୍କୁ ଏକ ଧମକପୂର୍ଣ ଚିଠି ମିଳିଥିଲା | ଯେଉଁଥିରେ ପାକିସ୍ତାନ ର ପ୍ରମୁଖ ଆତଙ୍କବାଦୀ ସଂଗଠନ ଯେପରିକି ଲସ୍କର, ଋଷିକେଶ , ହରିଦ୍ୱାର, ଡେରାଡୁନ , ସମେତ ଅନେକ ଧାର୍ମିକ ସ୍ଥଳ କୁ ମଧ୍ୟ ବୋମା ରେ ଉଡାଇ ଦେବାକୁ ଧମକ ଦିଆଯାଇଛି | ଅଣହିନ୍ଦୀ ଭାଷା ରେ ଲେଖାଯାଇଥିବା ଏହି ଚିଠି କୁ ପଠାଇଥିବା ଲୋକ ନିଜକୁ ଆତଙ୍କୀ ସଂଗଠନ ଜୈଶ -ଇ -ମହମ୍ମଦ ର ଏରିଆ କମାଣ୍ଡର ସଲିମ ଆନସାରୀ ବୋଲି ପରିଚୟ ଦେଇଛି | ଚିଠି ମିଳିବ ପରେ ତୁରନ୍ତ ନିକଟବର୍ତ୍ତୀ ପୋଲିସ ଷ୍ଟେସନ କୁ ଖବର ଦିଆଯାଇଥିଲା | ତେବେ ତଦନ୍ତ ବେଳେ ଏକ ଅଭୁତପୂର୍ଣ୍ଣ ଘଟଣା ସାମ୍ମନା କୁ ଆସିଛି | ଘଟଣା ତଦନ୍ତ କରୁଥିବା ପୋଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି ଯେ ଚିଠି ପଠାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମାନସିକ ରୋଗୀ ଯିଏକି ଦୀର୍ଘ ୨୦ ବର୍ଷ ହେବ ଏଭଳି ଚିଠି ମାଧ୍ୟମରେ ରେ ଧମକ ଦେଉଛି | ଏହା ସତ୍ୱେ ଉତ୍ତରାଖଣ୍ଡ ପୋଲିସ ଏହି ଚିଠି କୁ ଗୁରୁତ୍ୱର ସହ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି |
Read More ...

ପ୍ରମୋଦ ପାଇବେ ପଦ୍ମଶ୍ରୀ

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ପ୍ରଥମ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବ ପାଇଁ ଯାଉଛନ୍ତି |୨୦୨୧ରେ ପାରା ଅଲମ୍ପିକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ସେ ଉଚ୍ଚକୁ ଆସିଥିଲେ |ଏହାପରେ ୨୦୨୧ରେ ଅକଟୋବରରେ ପ୍ରମୋଦକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିଥିଲା |ଏବେ ଏହି ସମ୍ମାନ ମିଳିବା ଲାଗି ସେ ଖୁବ ବ୍ୟକ୍ତ କରିବାସହ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ଉତ୍ସାହିତ କରିବା ବୋଲି ସେ କହିଛନ୍ତି | ଚଳିତ ବର୍ଷ ସେ ୧୦ରୁ ଅଧିକ ଟୁର୍ନାମେଣ୍ଟ ଖେଳିବେ |ସେଥିଲାଗି ସେ ଆଶାବାଦୀ ଥିବା କହିଛନ୍ତି |
Read More ...

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ରୋହିତ ଫିଟ

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଭାରତର ଦକ୍ଷିଣ ଆଫ୍ରିକା ଗ୍ରସ୍ତ ବହୁତ ନିରାଶ ଜନକ ରହିଛି |ଏବେ ଭାରତୀୟ ଦଳର ନିଜର ଘରୋଇ ମାଟିରେ ୱେଷ୍ଟଇଣ୍ଡଜ଼ ବିପକ୍ଷରେ ଫେବୃଆରୀ ୬ରୁ ଆରମ୍ଭ ହେଉଥିବା ଘରୋଇ ଉପରେ ରହିଛି |ଭାରତର ସୀମିତ ଓଭରର ଅଧିନାୟକ ରୋହିତ ଶର୍ମା ଫିଟ ହୋଇଛନ୍ତି |ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ଼ରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ |ହାମଷ୍ଟ୍ରିଙ୍ଗରେ ଆହତ କାରଣରୁ ନିକଟରେ ସମ୍ପର୍ଣ୍ଣ ଦକ୍ଷିଣ ଆଫ୍ରିକା ଗ୍ରସ୍ତରୁ ବାଦ ପଡ଼ିଥିଲେ |ଏବେ ଏଇ ଅନୁଭବୀ ବ୍ୟାଟ୍ସମ୍ୟାନ ପୁରା ଫିଟନେସ ହାସଲ କରିଛନ୍ତି | ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଚୟନକର୍ତାଙ୍କ ବୈଠକରେ ଚଳିତ ସପ୍ତାହରେ ହେବାକୁ ଯାଉଛି |ଏହା ଦେଖିବା ବାକି ରହିଲା ଯେ,ଭୁବନେଶ୍ୱର କୁମାରଙ୍କ ପରି ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକାର ସିରିଜରେ ନିରାଶ ଜନକ ପଦର୍ଶନ ପରେ ଦଳର ସ୍ତନ ପାଉଛନ୍ତି ନା ନାହିଁ | ବିସିସିଆଇ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି,ରୋହିତ ବିଫାଇଟ ହୋଇଯାଇଛନ୍ତି ଏବଂ ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ରହିବେ |
Read More ...

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ରୋହିତ ଫିଟ

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଭାରତର ଦକ୍ଷିଣ ଆଫ୍ରିକା ଗ୍ରସ୍ତ ବହୁତ ନିରାଶ ଜନକ ରହିଛି |ଏବେ ଭାରତୀୟ ଦଳର ନିଜର ଘରୋଇ ମାଟିରେ ୱେଷ୍ଟଇଣ୍ଡଜ଼ ବିପକ୍ଷରେ ଫେବୃଆରୀ ୬ରୁ ଆରମ୍ଭ ହେଉଥିବା ଘରୋଇ ଉପରେ ରହିଛି |ଭାରତର ସୀମିତ ଓଭରର ଅଧିନାୟକ ରୋହିତ ଶର୍ମା ଫିଟ ହୋଇଛନ୍ତି |ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ଼ରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ |ହାମଷ୍ଟ୍ରିଙ୍ଗରେ ଆହତ କାରଣରୁ ନିକଟରେ ସମ୍ପର୍ଣ୍ଣ ଦକ୍ଷିଣ ଆଫ୍ରିକା ଗ୍ରସ୍ତରୁ ବାଦ ପଡ଼ିଥିଲେ |ଏବେ ଏଇ ଅନୁଭବୀ ବ୍ୟାଟ୍ସମ୍ୟାନ ପୁରା ଫିଟନେସ ହାସଲ କରିଛନ୍ତି | ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଚୟନକର୍ତାଙ୍କ ବୈଠକରେ ଚଳିତ ସପ୍ତାହରେ ହେବାକୁ ଯାଉଛି |ଏହା ଦେଖିବା ବାକି ରହିଲା ଯେ,ଭୁବନେଶ୍ୱର କୁମାରଙ୍କ ପରି ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକାର ସିରିଜରେ ନିରାଶ ଜନକ ପଦର୍ଶନ ପରେ ଦଳର ସ୍ତନ ପାଉଛନ୍ତି ନା ନାହିଁ | ବିସିସିଆଇ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି,ରୋହିତ ବିଫାଇଟ ହୋଇଯାଇଛନ୍ତି ଏବଂ ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ରହିବେ |
Read More ...

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ରୋହିତ ଫିଟ

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଭାରତର ଦକ୍ଷିଣ ଆଫ୍ରିକା ଗ୍ରସ୍ତ ବହୁତ ନିରାଶ ଜନକ ରହିଛି |ଏବେ ଭାରତୀୟ ଦଳର ନିଜର ଘରୋଇ ମାଟିରେ ୱେଷ୍ଟଇଣ୍ଡଜ଼ ବିପକ୍ଷରେ ଫେବୃଆରୀ ୬ରୁ ଆରମ୍ଭ ହେଉଥିବା ଘରୋଇ ଉପରେ ରହିଛି |ଭାରତର ସୀମିତ ଓଭରର ଅଧିନାୟକ ରୋହିତ ଶର୍ମା ଫିଟ ହୋଇଛନ୍ତି |ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ଼ରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ |ହାମଷ୍ଟ୍ରିଙ୍ଗରେ ଆହତ କାରଣରୁ ନିକଟରେ ସମ୍ପର୍ଣ୍ଣ ଦକ୍ଷିଣ ଆଫ୍ରିକା ଗ୍ରସ୍ତରୁ ବାଦ ପଡ଼ିଥିଲେ |ଏବେ ଏଇ ଅନୁଭବୀ ବ୍ୟାଟ୍ସମ୍ୟାନ ପୁରା ଫିଟନେସ ହାସଲ କରିଛନ୍ତି | ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଚୟନକର୍ତାଙ୍କ ବୈଠକରେ ଚଳିତ ସପ୍ତାହରେ ହେବାକୁ ଯାଉଛି |ଏହା ଦେଖିବା ବାକି ରହିଲା ଯେ,ଭୁବନେଶ୍ୱର କୁମାରଙ୍କ ପରି ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକାର ସିରିଜରେ ନିରାଶ ଜନକ ପଦର୍ଶନ ପରେ ଦଳର ସ୍ତନ ପାଉଛନ୍ତି ନା ନାହିଁ | ବିସିସିଆଇ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି,ରୋହିତ ବିଫାଇଟ ହୋଇଯାଇଛନ୍ତି ଏବଂ ୱେଷ୍ଟଇଣ୍ଡଜ଼ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ରହିବେ |
Read More ...

୨୦୨୨ ବର୍ଷ ଖେଳ ମୋ ଜୀବନ ର ଶେଷ ଖେଳ ;ସାନିଆ

ଭାରତୀୟ ଟେନିସ ତାରକା ସାନୀଆ ମିର୍ଜା ଚଳିତ ୨୦୨୨ ବର୍ଷ ପରେ ଅନ୍ତର୍ଜନୀୟ ଟେନିସ ରୁ ଅବସର ନେବେ ସାନୀଆ ପ୍ରଥମ ରାଉଣ୍ଡରୁ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି ବିଶ୍ୱର ପୂର୍ବତନ ୧ନ ମହିଳା ଯୁଗଳ ଖେଳାଳି ଅଷ୍ଟ୍ରେଲିଆନ ଓପନ ରେ ସାନୀଆ ୟୁକ୍ରେନର ନାଡୀଆ କିଚେନାଭଙ୍କୁ ସାଥିକରୀ ଖେଳିଥିଲେ ଏବଂ ବୁଧବାର ଦିନ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି | ଚଳିତ ବର୍ଷ ପରେ ଅନ୍ତର୍ଜାତୀୟ ଟେନିସରୁ ଅବସର ନେବା ନେଇ କାରଣ ରହିଛି|
ଆହତ ସମସ୍ୟାରୁ ମୁକୁଳିବା ଲାଗି ଅଧିକା ସମୟ ଲାଗୁଚି ଏକାଧିକ ଯାତାୟାତ ସମୟରେ ମୋର ୩ବର୍ଷ ର ପୁଅକୁ ବିପଦରେ ପକାଉଛି | ଏହିକୁ ଦୃଷ୍ଟିରେ ରଖି ଅବସର ନେବାକୁ ନିଷ୍ପତି ନେଇଛି ବୋଲି ସନିଆ କହିଛନ୍ତି ଏବଂ ମତେ ଲାଗୁଚି ମୋ ଶରୀର ପୂର୍ବ ଭଳି ସୁସ୍ଥ ନାହିଁ |ମୋ ଆଣ୍ଠୁରେ ଉକ୍ତ ମ୍ୟାଚରେ ଆଘାତ ଲାଗିଛି | ଏହା ମୋ ପରାଜୟର କାରଣ ନୁହେଁ କିନ୍ତୁ ବୟସ ବଢ଼ୁଥିବାରୁ ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଦୀର୍ଘ ସମୟ ଲାଗୁଛି ବୋଲି ୩୫ ବର୍ଷୀୟ ସନିଆ କହିଛନ୍ତି |

Read More ...

ପାରା ଅଲମ୍ପିକ୍ସ ରେ ସ୍ଵର୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ |

କଟକ (ଉତ୍କଳ ନ୍ୟୁଜ) ୦୪-୦୯-୨୦୨୧ : ଦେଶ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଶା ର ପୁଅ ପ୍ରମୋଦ ଭଗତ | ସେ ଚଳିତ ବର୍ଷ ଟୋକିଓ ପାରା ଅଲମ୍ପିକ୍ସ ରେ ବ୍ୟାଡମିଣ୍ଟନ ରେ ସ୍ଵର୍ଣ ପଦକ ଜିତିଛନ୍ତି | ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସ ଫାଇନାଲ ରେ ଗ୍ରେଟ ବ୍ରିଟେନ ର ଡାନିଏଲ ବେଥେଲ ଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି | ଡାନିଏଲ ଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟ ରେ ପରାସ୍ତ କରିଛନ୍ତି | ପ୍ରମୋଦ ଙ୍କ ଏହି ସଫଳତା ରେ ଦେଶ ତଥା ଓଡିଶା ଗର୍ବ ଅନୁଭବ କରୁଛି |
Read More ...

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ |

କଟକ ( ଉତ୍କଳ ନ୍ୟୁଜ ) : ୦୨-୦୯-୨୦୨୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ର ୪ର୍ଥ ମ୍ୟାଚ ଗୁରୁବାର ଠାରୁ ଆରମ୍ଭ ହଉଛି | ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟି | ଗତ ୫୦ ବର୍ଷ ହେଲା ଓଭାଲ ରେ ଭାରତ ଗୋଟେ ବି ମ୍ୟାଚ ଜିତି ନାହିଁ | ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ରେ ବରାବର ଅଛି | ଭାରତୀୟ ଟିମ ରେ ୨ଟି ଅଦଳବଦଳ କରାଯାଇଛି | ଇଶାନ୍ତ ଶର୍ମା ଙ୍କୁ ବାଦ ଦିଆଯାଇ ଉମେଶ ଯାଦବ ଙ୍କୁ ସୁଯୋଗ ମିଳିଛି , ସାମୀ ଙ୍କୁ ବାଦ ଦେଇ ସାରଦୁଲ ଠାକୁର ଙ୍କୁ ସୁଯୋଗ ମିଳିଛି |
Read More ...

ALL NEWS