ଉସେନ ବୋଲ୍ଟ କରୋନା ପଜିଟିଭ

160

କଟକ (ଉତ୍କଳ ନିଉଜ଼) ଆଠଥର ଅଲମ୍ପିକ୍ସ ଚାମ୍ପିଅନ ଉସେନ ବୋଲ୍ଟ କୋଭିଡ-୧୯ ଭୁତାଣୁର ସଂକ୍ରମିତ ହୋଇଛନ୍ତି | ସେ ସୋସିଆଲ ମିଡ଼ିଆ ଟୁଇଟର ରେ ଏବିଷୟରେ ସୂଚନା ଦେଇଛନ୍ତି | କରୋନା ପଜିଟିଭ ଆସିବେ ପରେ ବୋଲ୍ଟ ସଙ୍ଗରୋଧ ରେ ରହିଛନ୍ତି | ସେ ଗତ ଶୁକ୍ରବାର ଦିନ ଜମାଇକାରେ ବନ୍ଧୁମାନଙ୍କ ସହ ମିଶି ନିଜର ଜନ୍ମଦିନ ପାଳନ କରିଥିଲେ | ଏହି ଅବସରରେ ସେ ସାମାଜିକ ଦୂରତା ରକ୍ଷା କରିନଥିଲେ | ଯାହା ପାଇଁ ତାଙ୍କୁ କରୋନା ସଂକ୍ରମଣ ହୋଇଥିଲା | ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି |