ଘରେ କେହିନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୁତ୍ତ |

63

କଟକ (ଉତ୍କଳ ନ୍ୟୁଜ ) ୧୩-୦୪-୨୦୨୪ : ଘରେ କେହିନଥିବା ବେଳେ କଳାକନାବାହା ବୁଲାଇଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ କମାରିଆର ଗାଁରୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିକଟସ୍ଥ ଶରତ କୁମାର ପଣ୍ଡାଙ୍କ ଘରୁ ବ୍ୟାପକଭାବେ ଚୋରୀ ହୋଇଛି । ଆସବାବପତ୍ର ସମେତ ଅଳଙ୍କାର ଏପରିକି ପିଲାଙ୍କ ଖେଳନା ପର୍ଯ୍ୟନ୍ତ ଚୋରୀ ହୋଇଛି । ଏହି ଚୋରୀରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ୍ ଟଙ୍କା ମଧ୍ୟ ଚୋରୀ ହୋଇଛି । ୬ଟି ଆଲମିରା ଭାଙ୍ଗିବା ସହିତ ୮ଟି ତାଲା ଭଙ୍ଗାଯାଇଛି । ଘରର ମୁଖ୍ୟ ଫାଟକ ନଭାଙ୍ଗି ବାଡ ଡେଇଁବା ପରେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ପ୍ରାୟ ୪ଟି ଗୃହର ତାଲା ଭାଙ୍ଗି ଚୋରୀ କରାଯାଇଛି । ଚୋରୀର ପ୍ରମାଣ ନଷ୍ଟ କରିବା ଲାଗି ସିସିଟିଭି ଫୁଟେଜ୍ ମେସିନକୁ ଭାଙ୍ଗି ନେଇ ଯାଇଛନ୍ତି ଦୁର୍ବୁତ୍ତ । ଶରତ ତାଙ୍କ ପରିବାର ସହ କୋଲକାତାରେ ରୁହଁନ୍ତି । ୧୩ ତାରିଖ ସକାଳେ ଆସି ଦେଖନ୍ତିତ ଏପରି ଚୋରୀ ହୋଇଛି । ଏନେଇ ସେ ପୀରହାଟ ଥାନାରେ ଏତଲା ଦେବା ସହିତ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଦାବି କରିଛନ୍ତି । ପ୍ରାଥମିକ ସ୍ତରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନୀ କୁକୁର ଜରିଆରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |