ଶୁଭମ ପକ୍ଷରୁ ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ , ସାମ୍ବିଧାନିକ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ୱାନ |

70

କଟକ ( ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ଭାରତର ସମ୍ବିଧାନ ବିଶ୍ୱର ବିରଳ । ସେହି ପବିତ୍ର ସମ୍ବିଧାନକୁ ପ୍ରଣୟନ କରିଥିବା ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକର ସମାଜର ସବୁ ବର୍ଗର ଲୋକଙ୍କ ହିତ ପାଇଁ ସମ୍ବିଧାନର ବିଭିନ୍ନ ଅନୁଛେଦରେ ଅନେକ କଲ୍ୟାଣକାରି ଆଇନ୍ ପ୍ରଣୟନ କରିଛନ୍ତି । ବିଶେଷ କରି ସମାଜ ଅବହେଳିତ ଦଳିତ ନିଷ୍ପେସିତ ଲୋକଙ୍କ ଉତ୍‌ଥାନ ପାଇଁ ସେ ଅନେକ କିଛି ନୀତି ନିୟମ ରଖି ଯାଇଛନ୍ତି । ଯାହା ଫଳରେ ବିଭିନ୍ନ ସମୟ ରେ ବିଭିନ୍ନ ସରକାର ତାହାକୁ କାର୍ଯ୍ୟକାରୀ କରୁଥିବାରୁ ଦଳିତ ମାନଙ୍କ ଉତ୍‌ଥାନ ଏବେ ଆରମ୍ଭ ହୋଇଛି । ତେଣୁ ପ୍ରତେକ ବ୍ୟକ୍ତି ସେହି ସମ୍ବିଧାନ ପଦର୍ତ୍ତ ନୀତି ନିୟମକୁ ପାଳନ ସହିତ ନିଜର ଦାୟିତ୍ୱ ଏବଂ କର୍ତ୍ତର୍ବ୍ୟ ସମ୍ପାଦକ ସଠିକ ଭାବେ କରି ପାରିଲେ ବାବା ସାହେବଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନ ରକ୍ଷା ହେବା ସହିତ ତାର ମର୍ଯ୍ୟାଦା ମଧ୍ୟ ଅକ୍ଷୁର୍ଣ୍ଣ ରହି ପାରିବ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ଠାରେ ଅଗ୍ରଣୀ ସାମାଜିକ ସଂଗଠନ ଶୁଭମ ପକ୍ଷରୁ ଆୟୋଜିତ ଡ଼. ବି.ଆର ଆମ୍ବେଦକର ଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ସମାରୋହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ତ୍ୟାଗ ଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ ମୁଖ୍ୟ ବକ୍ତା ଭାବେ, ବିଶିଷ୍ଟ ଆଇନ୍‌ଜୀବି ଦିବ୍ୟସିଂହ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦା. ସମାଜସେବୀ ମହେନ୍ଦ୍ର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବେନ୍ଦ୍ର ପୁହାଣ, ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା, ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ ଓ ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବାବା ସାହେବଙ୍କ ବହୁମୁଖୀ ଆଦର୍ଶ, ଦେଶ ପାଇଁ କରିଥିବା କାର୍ଯ୍ୟ ଏବଂ ତାଙ୍କ ସଂଗ୍ରାମମୟ ଜୀବନୀ ଉପରେ ଆଲୋଚନା କରିଥିଲେ । ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ପ୍ରଦାନ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ଉପ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ସମାରୋହରେ ବୋଡ଼କ ପଂଚାୟତ ବିଭିନ୍ନ ଅଂଚଳରୁ କୃଷକ, ଦଳିତ ଓ ସଚେତନ ନାଗରିକମାନେ ଯୋଗଦେଇ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଟ ସଦସ୍ୟ ଦେବେନ୍ଦ୍ର ଭଞ୍ଜ, ବୀରେନ୍ଦ୍ର ଭଞ୍ଜ, ଚକ୍ରଧର ଜେନା ଓ ବାବାଜୀ ଚରଣ ଭଞ୍ଜ ପ୍ରମୁଖ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |