ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଭଦ୍ରକ ସହର |

100

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୪ : ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ନବମୀ ପାଳନ ପାଇଁ ଉତ୍ସବ ମୁଖର ହୋଇଛି ଭାଇଚାରାର ସହର ଭଦ୍ରକ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଥିବା ବେଳେ ଗେରୁଆମୟ ହୋଇ ଉଠିଛି ସମ୍ପୂର୍ଣ୍ଣ ଅଞ୍ଚଳ । ସମସ୍ତଙ୍କ ମନରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଆଉ ଉତ୍ସାହ ଓ ଉଦ୍ଦୀପନା । ଐତିହାସିକ ଗାନ୍ଧୀ ପଡିଆରେ ପୂଜା ପାଠ ସହ ମହାଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି । ବୁଧବାର ଅପରାହ୍ନ ୪ ଘଟିକାରୁ ବାହାରିଛି ନଗରସଂକୀର୍ତ୍ତନ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହେର ଉର୍ଦ୍ଧ ପ୍ରଜ୍ଞାପନ ମେଢ ବାହାରିଛି ଭଦ୍ରକ ଅଭିମୁୁଖେ । ଏହି ଐତିହାସିକ ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପେଟ୍ରୋଲିଂ ସହ ପୋଲିସ ଭ୍ୟାନ ବୁଲି ଯାଞ୍ଚ କରୁଛି । ଭଦ୍ରକର ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଶତାଧିକ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଏଥିରେ ସାମିଲ ହୋଇଛନ୍ତି । ବିଶେଷ କରି ସାଧାରଣ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ସାମାଜିକ ଗଣ ମାଧ୍ୟମ ଉପରେ କଡା ନଜର ରଖିଛି ଭଦ୍ରକ ପୋଲିସ । ନଗର ସଂକୀର୍ତ୍ତର୍ନକୁ ଦୃଷ୍ଟିରେ ରଖି ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସୁରକ୍ଷା ସହ ଭଦ୍ରକ ପୋଲିସ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚରେ ୪ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨୨ ଜଣ ଡିଏସପି, ୨୯ ଜଣ ଇନ୍ସପେକ୍ଟର, ୧୪୦ ଜଣ ଏସ ଆଇ ଓ ଏଏସଆଇ, ୧୫୦ ଜଣ ହାବିଲଦାର ଓ କନେଷ୍ଟବଲ, ୧୧୦ଜଣ ହୋମଗାର୍ଡ, ୩୭ ପ୍ଲାଟୁନ ଫୋର୍ସ, ୧ କମ୍ପାନୀ ସିଆରପିଏଫ ଓ ୧ କମ୍ପାନୀ ବିଏସଏଫ ଯୋଗ ଦେଇଥିବା ସୂଚନା ମିଳିଛି । ଉତ୍ସବ ପାଳନ ମଧ୍ୟରେ ଆଦର୍ଶ ଆଚରଣବିଧିô ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ଅଧିକ ନଜର ରଖାଯାଇଛି । କୌଣସି ଆପତ୍ତିିଜନକ ମନ୍ତବ୍ୟ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସମ୍ପୂର୍ଣ୍ଣ ଭଦ୍ରକ ସହରକୁ ସିସିଟିଭି ଓ ଡ୍ରୋନ କ୍ୟାମେରା ସର୍ଭାଲେନ୍ସ କରାଯାଇଛି । ଭାଇଚାରାର ସହର ଭଦ୍ରକରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ରାମନବମୀ ପାଳନ କରିବାକୁ ଭଦ୍ରକ୍ୱାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |