ପୁଅ ବୋହୁଙ୍କୁ ବାଡିରେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ବାଡିରେ ପିଟିଥିବା ବୃଦ୍ଧ ପିତାଙ୍କ ଗିରଫ୍ ଦାବି |

135

କଟକ (ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୪: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନାଧିନ ନଳଗୋହିରା ଗାଁରେ ୨ ପୁଅ ୨ ବୋହୁଙ୍କୁ ବାଡିରେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ବାଡିରେ ପିଟିଥିବା ବୃଦ୍ଧ ପିତା ତ୍ରିଲୋଚନ ସାହୁଙ୍କ ଗିରଫ୍ ଦାବି । ବୁଧବାର ପୂର୍ବାହ୍ନରେ ଅଭିଯୋଗକାରୀ ପକ୍ଷ ତଥା ବୃଦ୍ଧଙ୍କ ପୁଅ, ବୋହୁ ସମେତ ଝିଅ ଶସ୍ମିତା ସାହୁ ପ୍ରମୁଖ ମିଳିତଭାବେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଭେଟି ଏପରି ଦାବି କରିଛନ୍ତି । ଘଟଣାକୁ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ଥାନାଧିକାରୀ ଯଥୋଚିତ ପଦକ୍ଷେପ ନେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ବୃଦ୍ଧ ପିତା ତ୍ରିଲୋଚନ ସାହୁ, ପୁଅ ସଦାନନ୍ଦ ସାହୁ, ନାତି ସୌମ୍ୟ ରଞ୍ଜନ ସାହୁ ଓ ବୋହୁ କାଞ୍ଚନାବାଳା ସାହୁ ପ୍ରମୁଖ ଜମିବାଡି ବିବାଦକୁ ନେଇ ଅଭିଯୋଗକାରୀ ପକ୍ଷଙ୍କ ସହିତ ଶତୃତା ଲାଗି ରହିଥିଲା । କୋର୍ଟରେ ମାମଲା ଚାଲୁଥିବା ବେଳେ ଅଭିଯୁ୍‌କ୍ତ ପକ୍ଷରୁ ଗତ ଗତ ୨୧ ତାରିଖରେ ଗାଁ ଦାଣ୍ଡରେ ବାଡିରେ ନିର୍ଧୁମ ପଡିଥିଲେ । କେବଳ ସେତିକି ନୁହେଁ ବରଂ ଗୋଡେଇ ଗୋଡେଇ ପିଟି ଚାଲିଥିଲେ । ଏଥିସହ ବୃଦ୍ଧଙ୍କ ଇସାରେ ବଡପୁଅ ମନ୍ଦ ଉଦ୍ଦେଶ୍ୟ ରଖି ନିଳିମାଙ୍କୁ ଟଣା ଓଟରା କରିବା ସହିତ ପିନ୍ଧିଥିବା ବସ୍ତ୍ରକୁ ଚିରି ଦେଇଥିଲେ । ବାଡିରେ ପିଟୁଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଉକ୍ତ ଆକ୍ରମଣରେ ବୃଦ୍ଧଙ୍କ ଦୁଇ ପୁଅ ରାଧାଶ୍ୟାମ ସାହୁ ଓ ମଧୁସୂଦନ ସାହୁ ଏବଂ ବୋହୁ ନିଳିମା ସାହୁ ଓ ରଞ୍ଜିତା ସାହୁଙ୍କୁ ଗୁରୁତର ଆହତ ହୋଇଥିଲେ । ରାଧାଶ୍ୟାମ, ମଧୁସୂଦନ ଓ ନିଳିମାଙ୍କ ମୁଣ୍ଡରେ ଶକ୍ତ ପ୍ରହାର ଫଳରେ ରକ୍ତାଶ୍ରାବ ହୋଇଥିଲା ଏବଂ ଘଟଣା ସ୍ଥଳରେ ନିଳିମା ମୂର୍ଚ୍ଚା ମଧ୍ୟ ହୋଇ ଯାଇଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଥିଲେ । ଚିକିତ୍ସାର ୪ ଦିନ ପରେ ସେମାନେ ସାମୟିକ ସୁସ୍ଥ ହୋଇଥିଲେ ମଧ୍ୟ ଏଯାବତ ସଳଖି ଚାଲି ପାରୁନାହାଁନ୍ତି । ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧଙ୍କ ସାନପୁଅ ମଧୁସୂଦନ ଜଣେ ବାତରୋଗୀ । ଏପରି ଅବସ୍ଥାରେ ସେମାନେ ପରିବାର ପୋଷଣ କରିବା ବଡ ଅସମ୍ଭବ ହୋଇ ପଡିଛି । ଅନ୍ୟପଟେ ବୃଦ୍ଧଙ୍କ ବଡ ବୋହୁ ସଂପ୍ରତି ନାନାଦି ଧମକ୍ ଚମକ୍ ଦେଇଆସୁଛନ୍ତି । ଜାମିନ୍ ବଳରେ ତାଙ୍କ ସ୍ୱାମୀ ଘରକୁ ଫେରିଲେ ସମସ୍ତଙ୍କୁ ଜୀବନରୁ ମାରିଦେବ ବୋଲି ଚେତାବନି ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ପକ୍ଷରୁ ଉଚିତ ନ୍ୟାୟ ପ୍ରଦାନ ପୂର୍ବ ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ତ୍ରିଲୋଚନ ଓ ବଡବୋହୁ କାଞ୍ଚନକୁ ଗିରଫ୍ କରିବା ଲାଗି ଦାବି କରାଯାଇଛି । ତେବେ ରଞ୍ଜିତା ସାହୁଙ୍କ ଅଭିଯୋଗ ଓ ଗଣ୍ଡଗୋଳ ଭିଡିଓ ଭାଇରାଲ ବଳରେ ପୋଲିସ ଏକ ମାମଲା ୧୩୫/୨୪, ଦଫା ୩୨୩, ୩୨୪, ୩୨୬, ୩୭୯, ୩୫୪, ୩୫୪(ଏ), ୩୦୭ ଓ ୩୪ ଆଇପିସି ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ସଦାନନ୍ଦ ଫେରାର ଥିଲେ ମଧ୍ୟ ତାକୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ଏସଡିପିଓ ପ୍ରତିଶୃତି ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |