ପ୍ରେମିକା ନେଇ ପ୍ରେମିିକ ଛୁ ମାରୁଥିବା ବେଳେ ବୃଦ୍ଧଙ୍କ ସହ ଧକ୍କା, ୩ ଗୁରୁତର |

291

କଟକ (ଉତ୍କଳ ନ୍ୟୁଜ ) ୨୩-୦୪-୨୦୨୪ : ପ୍ରେମିକା ନେଇ ପ୍ରେମିିକ ଛୁ ମାରୁଥିବା ବେଳେ ବୃଦ୍ଧଙ୍କ ସହ ଧକ୍କା, ୩ ଗୁରୁତର । ହଁ ଆଜ୍ଞା ଏପରି ଅଘଟଣ ଘଟିଛି ଭଦ୍ରକ-ଚାନ୍ଦବାଲିି ରାଜ୍ୟ ରାଜପଥ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଭାବେ ସପରିଚିତ ପୀରହାଟ କାନପୁର ଘୋଷରାରେ । ଉକ୍ତ ଦୁର୍ଘଟଣାରେ ପ୍ରେମିକ ପ୍ରବର ଓ ବୃଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ପ୍ରେମିକା ଆହତ ହୋଇଥିବା ସୂଚନା ମିଳିିଛି । ପୋଲିସ ପହଁଞ୍ôଚ ସେମାନଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲ ପଠାଇଥିଲା । ଆଶୁ ଚିକିତ୍ସା ପରେ ସମସ୍ତଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁତର ଆହତ ପ୍ରେମିକ ଓ ବୃଦ୍ଧ ସଂପ୍ରତି କଟକ ବଡ ଡାକ୍ତରଖାରେ ଭର୍ତ୍ତୀ ହୋଇଛନ୍ତି । ବିଚରା ପ୍ରେମିକା ଜଣକ ଏକୁଟିଆ ଭଦ୍ରକ ମେଡିକାଲରେ ଚିକତ୍ସାଧିନ ହେଉଥିବା ଜଣାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ପ୍ରେମିକଙ୍କ ବାଇକ୍ ଓ ପ୍ରେମିକାଙ୍କ ବ୍ୟାଗକୁ ପୋଲିସ ଥାନାରେ ରଖି ତଦନ୍ତ କରୁଥିବା ଜଣାଯାଇଛି । ତେବେ ପ୍ରେମିକା ଓ ପ୍ରେମିକଙ୍କ ପ୍ରକୃତ ପରିଚୟ ପୋଲିସ ଜାଣିନଥିବା ବେଳେ ବୃଦ୍ଧଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୁରେନ୍ଦ୍ର ଦାସ ଘର କାନପୁର ବୋଲି ଜଣାଯାଇଛି । ସୋମବାର ସଂଧ୍ୟା ପ୍ରାୟ ୭.୪୦ ଘଟିକାରେ ଘଟିଥିଲା ଦୁର୍ଘଟଣା । ଏକ ବାଇକ୍ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିଲେ ପ୍ରେମିକା ଓ ପ୍ରେମିକ । ପ୍ରେମିକାକୁ ଘରୁ ଉଠାଇ ଆଣି ବାହାରକୁ ପଳେଇ ଯାଉଥିବା ଅନୁମାନ କରାଯାଉଛି । ମନରେ ଭୟ ଓ ଅତି ଦୃତଗତିରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇଥିବା କୁହାଯାଉଛି । ତେବେ ସେ ଯାହା ହେଉନା କାହିଁକି ବୃଦ୍ଧ ଜଣଙ୍କ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି । ପୂର୍ବରୁ ପୀରହାଟ ପ୍ରଦେଶ ସେବା ସଂଗଠନ ପକ୍ଷରୁ କାନପୁରରୁ ପୀରହାଟ ପର୍ଯ୍ୟନ୍ତ ରାସ୍ତାର ଲାଇଟ୍ ଖଞ୍ଜିବା ଲାଗି ବିଧାୟକଙ୍କ ନିକଟରେ ଦାବି କରାଯାଇଥିଲା । ବିଧାୟକ ଦୁଃଖ ଶୁଣିଲେ ମାତ୍ର ରାଜନୈତିକି ଚକ୍ରାନ୍ତରେ ତାହା ପୀରହାଟ ବଜାରରୁ ଆରମ୍ଭ ହୋଇ ଅଧା ବାଟରେ ରହିଲା । ପୁଣି ଦାବି କରାଗଲା ହେଲେ ଶୁଣିଲେନି କେହି । ଧାମରା ବନ୍ଦର କମ୍ପାନୀ ପକ୍ଷରୁ ଗୋଟିଏ ଲାଇଟ୍ ପୋଷ୍ଟ ଲାଗି କାନପୁର ଆଶ୍ରମ ସ୍କୁଲ ନିକଟରେ ହେଲେ ତାହାବି ଅଚଳ । ଅନ୍ଧାର ପାଇଁ ପ୍ରତି ମୂହୁର୍ତ୍ତରେ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ଦୁର୍ଘଟଣା ପ୍ରବଣ କାନପୁର ଘୋଷରାକୁ ସମ୍ପୂର୍ଣ୍ଣ ଆଲୋକି କରଣ କରାନଗଲେ ଆଗାମି ଦିନରେ ପ୍ରଦେଶ ସଂଗଠନ ଉଚିତ ଜବାବ ଦେବ ବୋଲି ଶୁଣାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।