ପ୍ରଶାସନ ଓ ପୋଲିସ ପକ୍ଷରୁ ବୁଥ୍ ଅନୁଧ୍ୟାନ, ୨୪ଟି ଉତ୍ତେଜନା ଓ ୫ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ ।

50

କଟକ (ଉତ୍କଳ ନ୍ୟୁଜ ) ୪-୦୫-୨୦୨୪ : ସାଧାରଣ ନିର୍ବାଚନ ପାଇଁ ତିହିଡ଼ି ବ୍ଲକରେ ମୋଟ୍ ୧୭୨ଟି ବୁଥ୍ କରାଯାଇଛି । ତନ୍ମଧ୍ୟରୁ ୨୪ଟି ଉତ୍ତେଜନା ପ୍ରବଣ ଓ ୫ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଏହିସବୁ ବୁଥ୍‌କୁ ପ୍ରଶାସନ ପକ୍ଷରୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିମୟ କର, ଅତିରିକ୍ତ ତହସିଲଦାର ନମିତା ଧଳ, ଏବିଡିଓ ମାନସ କୁମାର ଜେନା, ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲିକ, ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ପୀରହାଟ ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ପ୍ରମୁଖ ଅନୁଧ୍ୟାନ କରି ବୁଥ୍‌ରେ ଥିବା ସମସ୍ୟାକୁ ସୁଧାରିବା ଉପରେ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ତିହିଡ଼ି ବ୍ଲକ ତିନୋଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ । ବ୍ଲକର ୧୩ଟି ପଞ୍ଚାୟତ ଧାମନଗର, ୯ଟି ବାସୁଦେବପୁର ଓ ୯ଟି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ । ଧାମନଗର ନିର୍ବାଚନ ମଣ୍ଡଳୀ ୭୧ଟି ବୁଥ୍‌, ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ୫୨ ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ୪୯ଟି ବୁଥ୍ କରାଯାଇଛି । ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବୁଥ୍ ମଧ୍ୟରୁ ତଳଗୋପବିନ୍ଧା ସରକାରୀ ହାଇସ୍କୁଲର ୩ଟି ବୁଥ୍‌, ନନ୍ଦପୁର ୟୁଜିଏମଇ ସ୍କୁଲର ୨ଟି ବୁଥ୍‌, କାଁପଡ଼ା ପ୍ରାଥମିକ ସ୍କୁଲର ୩ଟି ବୁଥ୍ ଓ ବାସୁଳୀ ହାଇସ୍କୁଲ କାଁପଡ଼ା ଓ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ୟୁପି ସ୍କୁଲର ୨ଟି ବୁଥ୍‌କୁ ଉତ୍ତେଜନା ପ୍ରବଣ ଏବଂ ମିରିପୁର ପ୍ରାଥମିକ ସ୍କୁଲ ବୁଥ୍‌କୁ ଅତି ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବୁଥ୍ ମଧ୍ୟରୁ ଉମାମଣି ୟୁଜିଏମଇ ସ୍କୁଲ, ତିହିଡ଼ି କଲେଜର ୨ଟି ବୁଥ୍‌, ବିଦ୍ୟାଧରପୁର ପ୍ରାଥମିକ ସ୍କୁଲ, ଗୋଳାପୋଖରୀ ୟୁଜିଏମଇ ଓ ବଡ଼ଗାଲୋ ପ୍ରାଥମିକ ସ୍କୁଲ ବୁଥ୍‌କୁ ଉତ୍ତେଜନା ପ୍ରବଣ ଏବଂ ଫତେପୁର ପ୍ରାଥମିକ ସ୍କୁଲ ବୁଥ୍‌କୁ ଅତି ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ସେହିପରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବୁଥ୍‌ଗୁଡ଼ିକ ମଧ୍ୟରୁ ତଳଦପା ପ୍ରାଥମିକ ସ୍କୁଲ, କୃତିବାସପୁର ପ୍ରକଳ୍ପ ପ୍ରାଥମିକ ସ୍କୁଲ, କଣ୍ଡରଗଡ଼ିଆ ହାଇସ୍କୁଲ ସମେତ କାନପୁର ଆଶ୍ରମ ବିଦ୍ୟାଳୟର ୨ଟି ବୁଥ୍‌, ନରେନ୍ଦ୍ରପୁର ନୋଡାଲ ବିଦ୍ୟାପୀଠର ୨ଟି ବୁଥ୍ ଓ ନୂଆସାହି ପ୍ରକଳ୍ପ ୟୁପିସ୍କୁଲ ବୁଥ୍‌କୁ ଉତ୍ତେଜନା ପ୍ରବଣ ଏବଂ ଛତ୍ରପଦା ପ୍ରକଳ୍ପ ୟୁପି ସ୍କୁଲ, ଜାଫରାବାଦ ପ୍ରକଳ୍ପ ୟୁପି ସ୍କୁଲ ଓ କଣ୍ଡରଗଡ଼ିଆ କେ.ଏସ ନୋଡାଲ ୟୁପି ସ୍କୁଲ ବୁଥ୍‌କୁ ଅତି ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ଜଣା ପଡ଼ିଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |