More News

ମଣିପୁର ପ୍ରସଙ୍ଗ କୁ ନେଇ ସଂସଦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁ ଘେରିଲା କଂଗ୍ରେସ |

କଟକ (ଉତ୍କଳ ନ୍ୟୁଜ ) ୨୨-୦୭-୨୦୨୩ : ମଣିପୁର ପ୍ରସଙ୍ଗ କୁ ନେଇ ସଂସଦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁ ଘେରିଲା କଂଗ୍ରେସ | ମଣିପୁର ଘଟଣା ରେ ପ୍ରଧାନମନ୍ତ୍ରୀ ନିଜେ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଶନିବାର ଗଣମାଧ୍ୟମକୁ କଂଗ୍ରେସ ମୁଖପାତ୍ର ରଞ୍ଜିତ ରଞ୍ଜନ କହିଛନ୍ତି ଯେ, ମଣିପୁରରେ ଯାହା ଘଟିଛି ତାହା ଅତ୍ୟନ୍ତ ଗୁରୁତର । ଦେଶର ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ଉତ୍ତର ଦେବା ଉଚିତ୍ । ରଞ୍ଜିତ କହିଛନ୍ତି ଯେ, ମଣିପୁର ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଭାଇରାଲ୍ ଭିଡିଓରେ ମହିଳାମାଙ୍କ ଉପରେ ଯେପରି ଦୁର୍ବବ୍ୟବହାର ହେଉଛି, ସେହିଭଳି ରାଜ୍ୟରେ ଶହ ଶହ ଘଟଣା ଘଟିଛି ଏବଂ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ପ୍ରଧାନମନ୍ତ୍ରୀ ଏ ବିଷୟରେ ଅବଗତ ହେବେ ନାହିଁ କି ? ସେ କହିଛନ୍ତି ଯେ, ଯେଉଁଠାରେ ହିଂସା ଘଟୁଛି, ଏହା ଏକ ଅନ୍ତର୍ଜାତୀୟ ସୀମା ଅଞ୍ଚଳ, ତେଣୁ ସରକାର ଗୃହରେ ଉତ୍ତର ଦେବା ଉଚିତ ନୁହେଁ କି ? ରଞ୍ଜିତ କହିଛନ୍ତି ଯେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସଂସଦକୁ ଆସନ୍ତୁ ଏବଂ ମଣିପୁର ହିଂସା ବିଷୟରେ ଆଲୋଚନା କରନ୍ତୁ ବେଲି କଂଗ୍ରେସ ଦାବି କରିଛି। ସୂଚନାଯୋଗ୍ୟ ଯେ, ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏଭଳି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ କହିଛନ୍ତି । ମଣିପୁରରେ ମେଟେଇ ସମ୍ପ୍ରଦାୟକୁ ଏସଟି ବର୍ଗରେ ଅନ୍ତର୍ଭୁକ୍ତ କରିବାର ଦାବିକୁ ବିରୋଧ କରି ମେ ୩ ରେ ଏକ ରାଲିର ଆୟୋଜନ କରାଯାଇଥିଲା। ସମସ୍ତ ଆଦିବାସୀ ଛାତ୍ର ସଂଘ ମଣିପୁର ଦ୍ୱାରା ଏହି ରାଲିର ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ରାଲି ହିଂସାର ରୂପ ନେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
Read More ...

ହିମ ସ୍ଖଳନ ରେ ୭ ପର୍ଯ୍ୟଟକ ମୃତ , ଉଦ୍ଧାର କାର୍ଯ୍ୟ ଜାରି |

କଟକ (ଉତ୍କଳ ନ୍ୟୁଜ ) ୫-୦୪-୨୦୨୩: ହଠାତ ବରଫ ଅତଡ଼ା ଧସିବା ରୁ ୭ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଛି | ସିକିମ ର ନାଥୁଲା ମାଉଣ୍ଟେନ ପାସ ରେ ଭୟାନକ ର ହିମ ସ୍ଖଳନ ହୋଇଥିଲା | ଏହି ବରଫ ଅତଡ଼ା ତଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି | ମୃତକ ଙ୍କ ମଧ୍ୟ ରେ ଜଣେ ଛୋଟ ପିଲା ରହିଛି | ଅନେକ ଅବାବୀ ମଧ୍ୟ ବରଫ ଅତଡ଼ା ତଳେ ଫସି ରହିଥିବା ରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି | ସୁରକ୍ଷିତ ରହିଥିବା ପର୍ଯ୍ୟଟକ , ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ଲୋକଙ୍କୁ ବରଫ ଅତଡ଼ା ତଳୁ ବାହାର କରି ଅପାଇଁ ପ୍ରୟାସ କରାଯାଉଛି | ମିଳିଥିବା ସୂଚନା ନୌଯାୟୀ , ମଙ୍ଗଳବାର ଦିନ ପ୍ରାୟ ୧୨.୨୦ ମିନିଟ ସମାୟା ରେ ହଠାତ ବରଫ ଅତଡ଼ା ଧସିବା ଆରମ୍ଭ କରିଥିଲା | ଯେଉଁ ଅଂଚଳ ରେ ହିମ ସ୍ଖଳନ ହୋଇଥିଲା ସେତାହାରେ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ | ସେମାନଙ୍କ ମଧ୍ୟ ରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ରହଥିବା କୁହାଯାଉଛି | ୬ ଜାନନଂକ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ବରଫ ଅତଡ଼ା ତଳୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛଂହି | ସିକିମ ପୋଲିସ, ସିକିମ ର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ , ପର୍ଯ୍ୟଟନ ବିଭାଗ ଅଧିକାରୀ , ସେନା କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ରେ ଲାଗି ପଡିଛନ୍ତି |
Read More ...

ଫୁଣି ବଢୁଛି କରୋନା , ଚିନ୍ତା ରେ ଦେଶବାସୀ |

କଟକ (ଉତ୍କଳମ ନ୍ୟୁଜ ) ଫୁଣି ଦେଶ ରେ ଚିନ୍ତା ବଢ଼ିଲାଣି କରୋନା ମହାମାରୀ | କରୋନା ଯୋଗୁ କେବଳ ଦେଶ ର ଦୈନିକ ସଂକ୍ରମଣ ସହ ସକ୍ରିୟ ରୋଗୀ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ରେ ଲାଗିଛି | ଏବେ ସୁଦ୍ଧା ଦେଶ ରେ ସକ୍ରିୟ ରୋଗୀ ଙ୍କ ସଂଖ୍ୟା ୨୧ ହଜାର ରୁ ଉର୍ଧ ରହିଛି | ଆଗତ ୨୪ ଘଣ୍ଟା ରେ ଦେଶ ରୁ ଆଉ ୩,୦୩୮ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ଏହାକୁ ମିଶାଇ ଦେଶ ରେ ଆକ୍ଟିଭି ସଂଖ୍ୟା ୨୧,୧୭୯ ରେ ପହଂଚି ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି | ସେହିପରି ଦିଙ୍କ ରେ କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି | ଏଯାଏଁ କରୋନା ୫.୩୦,୯୦୧ ଜଣଙ୍କ ଜୀବନ ନେଇ ସାରିଲାଣି | ଦିଲ୍ଲୀ ଓ ପଞ୍ଜାବ ରେ ୨ ଜଣ ଲେଖାଁଏ କରୋନା ରେ ମୃତ୍ୟୁ ବରଣ କରିଥିବା ବେଳେ ଜାମ୍ମୁ -କାଶ୍ମୀର , ମହାରାଷ୍ଟ୍ର , ଉତ୍ତରାଖଣ୍ଡ , ଯେନ ଲେଖାଁଏ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମଣ୍ତଳୟ ପକ୍ଷରୁ ସୂଂଚନା ରହିଛି |
Read More ...

ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ।

କଟକ (ଉତ୍କଳ ନ୍ୟୁଜ) ୩-୧୦-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ। ଅଷ୍ଟମୀ ପୂଜାରେ ପ୍ରତିକୂଳ ପାଗ ସତ୍ବେ ମଧ୍ଯ ଭକ୍ତଙ୍କ ଭିଡ ଜମିଛି। ଦୁଇ ବର୍ଷ ଧରି କରୋନା କଟକଣାରେ ପୂଜା ପାର୍ବଣ ଫିକା ପଡିଥିବା ବେଳେ ଚଳିତ ବର୍ଷର ମାହୋଲକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଦୁର୍ଗାପୂଜା ବଡ ନିଆରା। ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ପୂଜା କାର୍ଯ୍ୟରେ ବିଭିନ୍ନ ଦାୟିତ୍ୱ ନେବା ଏପରିକି ପାଲା, ଦାସ କାଠିଆ ପରିବେଷଣ କରିଥାନ୍ତି। ଏହି ଗାଁର ନାରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ କାକଟପୁର ମଙ୍ଗଳା ପୀଠରେ ଚଣ୍ଡି ପାଠ କରୁଥିବା ବେଳେ ମା ତାଙ୍କ ଉପରେ ପ୍ରିତ ହୋଇଥିଲେ । ସ୍ୱପ୍ନାଦେଶ ବଳରେ ତାଙ୍କ ଠାରୁ ପୂଜା ପାଇବାକୁ କହିବା ସହ ତାଙ୍କ ସହ ଆସିଥିଲେ । ସେତେବେଳ ଏହି ଗାଁର ଏକ ବିଶାଳ ବଟବୃକ୍ଷ ମୂଳେ ଏକ ଧୂଳିଆ ଘର ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଥିଲା । ଦୁର୍ଗାପୂଜାରେ ପୂଜକ ପରିବାର ଲୋକେ କାଦୁଅ ପିଣ୍ଡୁଆ ତିଆରି କରାଯାଏ ଏବଂ ପୂଜା ଦିନ ମା ଙ୍କ ଆବିର୍ଭାବ ହୋଇଥାଏ । ୨ ଶହ ବର୍ଷ ଧରି ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଆଜବେଷ୍ଟସ ଘର ନିର୍ମାଣ ହୋଇ ପୂଜାକାର୍ଯ୍ୟ ଚାଲୁଥିଲା । ଏବଂ ପ୍ରାୟ ୫୩ ବର୍ଷ ତଳେ ଜଣେ ବଦାନ୍ୟ ବକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପୂଜକ ତଥା କର୍ତ୍ତାଭାବେ ସାଧୁଚରଣ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କୈଳାସ ସାହୁ, ଶ୍ୟାମସୁନ୍ଦର ପରିଡା, ସୁରେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀଧର ମିଶ୍ର ଓ ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଗ୍ରାମବାସୀ ସହଯୋଗ ଓ ସହାୟତାରେ ଉଜ୍ୱଳ ଆଲୋକମାଳା, ସାଜସଜ୍ଜା ସହ ଦୈନିକ ପାଲା ଓ ଦାସକାଠିଆରେ ପୀଠ ଚଳଚଞ୍ଚଳ ହୋଇଥାଏ । ସବୁଠୁ ବଡକଥା ହେଉଛି ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତ ମାନେ ଆଟିକା ଭୋଗ ଲଗାଇଥାନ୍ତି । ଏଥିସହ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠ ଶୋଭାବର୍ଦ୍ଧନ କରିଥାଏ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଖୁବଶୀଘ୍ର ୫ ଜି ସେବା ଆରମ୍ଭ |

କଟକ (ଉତ୍କଳ ନ୍ୟୁଜ) ୧୬ -୦୬-୨୦୨୨ : ଦେଶ ରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ ଜି ଇଣ୍ଟରନେଟ ସେବା | ଏନେଇ କେନ୍ଦ୍ର କ୍ୟାବେନେଟ ପକ୍ଷରୁ ମଞ୍ଜୁରୀ ମିଳିଛି | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଏହାକୁ ମଞ୍ଜୁରୀ ମିଳିଛି | ତେଣୁ ଖୁବ ଶୀଘ୍ର ୫ ଜି ସ୍ପେକ୍ଟରମ ପାଇଁ ନିଲାମ ପକ୍ରିୟା ଆରମ୍ଭ ହେବ | ଆସନ୍ତା ମାସ ସୁଦ୍ଧା କେନ୍ଦ୍ର ସରକାର ଙ୍କ ପକ୍ଷରୁ ନିଲାମ ଡକାଯିବ ନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ, ୪ ଜି ଇଣ୍ଟରନେଟ ଠାରୁ ୫ ଜି ଇଣ୍ଟରନେଟ ସେବା ୧୦ ଗୁଣ ଅଧିକ ସ୍ପିଡ଼ ହେବ ବୋଲି ଉକ୍ତ କ୍ୟାବେନେଟ ବୈଠକ ରେ ମତ୍ତ ପ୍ରକାଶ ପାଇଛି | ଟେଲିକମ ସେକ୍ଟର ଉନ୍ନତି ରେ ୫ ଜି ଏକ ବୈପବ୍ଲିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି | ତେବେ ଏହି ଇଲାମ ପ୍ରକ୍ରିୟା ରେ ପ୍ରମୁଖ ଟେଲିକମ ସଂସ୍ଥା ରିଲାଏନ୍ସ , ଭୋଡାଫୋନ , ଆଇଡ଼ିଆ ଏୟାରଟେଲ ଆଦି କମ୍ପାନୀ ଭାଗ ନେବାର ସମ୍ଭାବନ ରହିଛି |
Read More ...

ଆତଙ୍କୀ ଙ୍କ ଗୁଳି ରେ ପୋଲିସ କର୍ମୀ ମୃତ , ଝିଅ ଗୁରୁତର : ଜାମ୍ମୁ କାଶ୍ମୀର

କଟକ ( ଉତ୍କଳ ନ୍ୟୁଜ) ୨୫-୦୫-୨୦୨୨ : ପୁଣି ଆସନ୍ତା ହେଲାଣି ଜମ୍ମୁକାଶ୍ମୀର ଘାଟି | ପାକିସ୍ତାନ ଆତଙ୍କବାଦୀ ମାନେ ଘାଟି ରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ ତାଙ୍କ ପରିବାର ଲୋକ ଙ୍କୁ ନିଜର ଟାର୍ଗେଟ ବନାଉଛନ୍ତି | ସୂଚନା ଅନୁଯାୟୀ, ଶ୍ରୀନଗର ଅଞ୍ଚଳରେ ଜଣ ପୋଲିସ କନଷ୍ଟେବଳ ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ମାନେ | ଏଥିରେ ପୋଲିସ କର୍ମୀ ଙ୍କ ୭ ବର୍ଷ ର ଝିଅ ମଧ୍ୟ ଆହତ ହୋଇଛି | ମୃତ କନଷ୍ଟେବଳ ସୈଫୁଲ୍ଲା କାଦ୍ରି ଙ୍କୁ ତାଙ୍କ ବାସଭବନ ରେ ଗୁଳି କି ହତ୍ୟା କରାଯାଇଛି | ଏହା ପୂର୍ବର ରୁ ମେ ୧୩ ତାରିଖ ରେ ଆତଙ୍କବାଦୀ ମାନେ ପୋଲିସ କନଷ୍ଟେବଳ ରିୟାଜ ଅହମଦ ଙ୍କୁ ତାଙ୍କ ଘରେ ଗୁଳି ଆକରି ହତ୍ୟା କରିଥିଲେ | ସରକାରୀ ତଥ୍ୟ ଅନୁଯାୟୀ , ଗତ ଜାନୁଆରୀ ଠୁ ଏବେ ଯାଏଁ ମୋଟ ୭ ଜଣ ପୋଲିସକର୍ମୀ ଆତଙ୍କବାଦୀ ହତ୍ୟା କରିଛନ୍ତି ଗତ କିଛି ମାସ ମଧ୍ୟ ରେ ପୋଲିସ କର୍ମୀ ଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି |
Read More ...

ଐତିହାସିକ ଗୁପ୍ତଗଙ୍ଗା ପୀଠରେ ବାରୁଣୀ ମେଳା, ବୁଡ ପକାଇଲେ ଶହସ୍ରାଧିକ ଶ୍ରଦ୍ଧାଳୁ |

କଟକ(ଉତ୍କଳ ନିଉଜ)୩୦/୦୩/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଅଚକ ଓ ପାଳିଆବିନ୍ଧା ପଞ୍ଚାୟତର ମଧ୍ୟମ ସ୍ଥଳ ବରୁଣେଇସ୍ଥିତ ଗୁପ୍ତଗଙ୍ଗା ପୀଠରେ ପବିତ୍ର ବାରୁଣୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏହି ଐତିହ୍ୟ ସମ୍ପନ୍ନ ପୋଖରୀରେ ବୁଡ ପକାଇ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ଏଥିସହ ସଦ୍ୟ ବିବାହିତ ଦମ୍ପତିଙ୍କ ବିବାହ ସମୟରେ ବ୍ୟବହାର କରାଯାଇଥିବା ନୋଳ, ମୁକୁଟ ଓ ପଇଡି ମଶିଣା ଏହି ପୋଖରୀରେ ବିଷର୍ଜନ କରି ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ ଅତୁଟ ରହିଛି । ପ୍ରକାଶ ଥାଉକି, ୧୯୦୫ ମସିହାରେ ଏହି ଗୁପ୍ତଗଙ୍ଗା ପୀଠରେ ବିଭିନ୍ନ ସାଧୁ ସନ୍ଥମାନେ ନିଜର ଆଶ୍ରମ ପ୍ରତିଷ୍ଠା କରି ନିଜର ଅଲୌକିକ ପ୍ରତିଭା ବଳରେ ଜନ ମାନସକୁ ଏକ ଶୁଦ୍ଧ, ପବିତ୍ର ଓ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୃଦ୍ଧ କରାଇପାରିଥିଲେ । ସନ୍ଥ ରାମାନୁଜ ଦାସ ମହାରାଜ ଏଠାରେ ନିଜର ଆଶ୍ରମ ପ୍ରତିଷ୍ଟା କରିବା ପୂର୍ବରୁ ୧୯୪୮ ମସିହାରେ ସ୍ୱପ୍ନାଦେଶ ପାଇ ଗୁପ୍ତ ଗଙ୍ଗାର ସନ୍ଧାନରେ ଏହି ଗୁପ୍ତଗଙ୍ଗା ନାମକ ସ୍ଥାନକୁ ଚିହ୍ନଟ କରିବା ସହ ମାଟି ତଳୁ ପ୍ରଭାହିତ ଜଳର ଉତ୍ସ ଠାବ କରିଥିଲେ । ସେହିଦିନରୁ ଏଠାରେ ବାରୁଣୀ ମେଳାର ଅୟମ ଆରମ୍ଭ ହୋଇଛି । କେବଳ ବାରୁଣୀ ମେଳା ଦ୍ୱାଦଶୀ ତିଥିରେ ଗୁପ୍ତଗଙ୍ଗା ଠାରେ ଗଙ୍ଗାଙ୍କ ଅଦୃଶ୍ୟ ଝରରେ ପାଣି ବାହାରିବାର ନଜିର ରହିଛି ।
କିଛିବର୍ଷ ତଳେ ଏହି ପୋଖରୀର ପଙ୍କ ଉଦ୍ଧାର ସମୟରେ ଗୁପ୍ତଗଙ୍ଗାର ଝର(ଭବ)ରେ ବାହାରୁଥିବା ପାଣିକୁ ଆୟତ୍ତ କରାଯାଇ ପାରିନଥିବା ବେଳେ ସେଠାରେ ପଥର ଦେଇ ବନ୍ଦ କରାଯାଇଥିଲା । ତଥାପି ଉକ୍ତ ପୋଖରୀରେ ଏବେବି ଆପେ ଆପେ ପାଣିବାହାରୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସନ୍ୟାସୀମାନେ ମତବ୍ୟକ୍ତ କରିଥାନ୍ତି । ଏବଂ ଏହି ବାରୁଣୀ ତିଥିରେ ପୋଖରୀର ପାଣି ଉଛୁଳି ଥାଏ । ସରକାରୀ ଉଦାସିନତା ତଥା ପ୍ରତ୍ନତାତ୍ୱିକ ବିଭାଗର ନଜର ଆଢୁଆଳରେ ରହିଯାଇଛି ଏହି ପୀଠ । ଏହି ଆଶ୍ରମ ପରିସରରେ ବହୁ ବର୍ଷ ତଳେ କୋଣାର୍କର ଏକ ଅବିକଳ ପ୍ରତିମୂର୍ତ୍ତୀ ଓ ଆକାରରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିବାକୁ ଶୁଭାରମ୍ଭ କରାଯାଇଥିଲା । ତେବେ ଏହି ମନ୍ଦିର ନିର୍ମାଣ କଲେ ବିପଦର ସମ୍ଭାବନା ରହିଛି ବୋଲି ସନ୍ଥ ରାମାନୁଜ ଦାସ ମହାରାଜଙ୍କୁ ସ୍ୱପ୍ନାଦେଶ ହୋଥିଲା । ସେବେଠାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏହି ପୀଠରେ ଦଶମାଇ ମା’କାଳୀ, ଲକ୍ଷ୍ମୀନାରାୟଣ, ଗଣେଷ, ସରସ୍ୱତୀ, ଅନ୍ନପୂର୍ଣ୍ଣା, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ରାମ, ଲକ୍ଷ୍ମଣ ଓ ସୀତା ଦେବାଦେବୀ ଆଦି ପୂଜା ପାଉଛନ୍ତି ।
ଏହି ପୀଠର ଉନ୍ନତି କରଣ ଲାଗି ବିଧାୟକ ପାଣ୍ଠି ଓ ପଞ୍ଚାୟତ ପକ୍ଷରୁ କେତେକ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପାଚେରୀ ନିର୍ମାଣ କରାଗଲେ ବୁଲା ଷଣ୍ଢ ଓ ଗୃହ ପାଳିତ ପଶୁଙ୍କ ଅବାଧ ପ୍ରବେଶରୁ ମୁକ୍ତି ମିଳିବ ବୋଲି ଦାବୀ କରାଯାଇଛି । ସନ୍ଥ ରାମାନୁଜଙ୍କ ପରେ ବାବା ସୁରେଶଚନ୍ଦ୍ର ଦାସ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି । ଅଧୁନା ବାବାଜୀ ବିଷ୍ଣୁମୋହନ ଦାସ ପରିଚାଳନା କରଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଏହି ପୀଠରେ ମେଳା ଲାଗିନଥିବା ବେଳେ ଚଳିତ ବର୍ଷ ନାହିଁନଥିବା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ହେଲେ ଏହି ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ତା ଅତ୍ୟନ୍ତ୍ୟ ଶୋଚନୀୟ ହୋଇ ପଡିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ଉତ୍ତରବାହା ଗ୍ରାମରେ ଗାଡି ମୋଟର ରଖି ଚାଲି ଚାଲି ଯାଉଥିବା ଦେଖା ଯାଇଛି । ଏପରି ଐତିହ୍ୟ ପରମ୍ପରା ସମ୍ପନ୍ନ ପୀଠକୁ ପ୍ରଶାସନ ନଜର ନଦେବାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଗଣେଶ ପ୍ରସାଦ ବିଶ୍ୱାଳ, ସମ୍ପାଦକ ଅକ୍ଷୟ ମଲ୍ଲିକ, ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମିତି ସଭ୍ୟ ମାଧବିଲତା ଭୋଇ, ସନ୍ତୋଷ ମଲ୍ଲିକ, ରବିନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମହାପାତ୍ର, କାଳନ୍ଦି ମଲ୍ଲିକ, ସଞ୍ଜୟ ମଲ୍ଲିକ, ଚକ୍ରଧର ପରିହାରୀ, ପ୍ରଶାନ୍ତ ସାହାଣି, ଧର୍ମପଦ ମହାରଣା, ପ୍ରଫୁଲ ମଲ୍ଲିକ, ଚିନ୍ତାମଣି ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, କୈଳାସ ମଲ୍ଲିକ, ବିରେନ୍ଦ୍ର ମଲ୍ଲିକ, ଶଙ୍କର୍ଷଣ ଦଳେଇ, ରଞ୍ଜିତ ବାରିକ, କାଳନ୍ଦି ସାହାଣି ଓ ବିଜୟ ମଲ୍ଲିକ ପ୍ରମୁଖ ପରିଚାଳନା କରୁଛନ୍ତି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କ୍ଷେତ୍ରୀୟ ତଦନ୍ତ କରିବା ସହ ହାତକୁ ନେବାକୁ ସାଧାରଣରେ ଦାବୀ ହେଉଅଛିି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।

Read More ...

୭ ଓଡ଼ିଆଙ୍କୁ ପଦ୍ମ ସମ୍ମାନ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଭୁବନେଶ୍ୱର ସାଧାରଣତନ୍ତ୍ର ଦିବସ ପାଳନର ଅବେଵହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି |ଦେଶରେ ମୋଟ ୧୨୮ ଜଣଙ୍କୁ ଏହି ପୁରସ୍କାର ତାଲିକାରେ ଅଛନ୍ତି ୭ଜଣ ବିଶିଷ୍ଟ ଓଡ଼ିଆ |ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପାଇଁ ମନୋନୀତ କରାଯାଇଛି |
Read More ...

ତିହିଡିରେ କୋର୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ଜଜ୍‌ଙ୍କ କ୍ଷେତ୍ର ପରିଦର୍ଶନ

କଟକ(ଉତ୍କଳ ନିଉଜ)୧୮/୧୦/୨୦୨୧ ବହୁ ପ୍ରତିକ୍ଷିତ ଭଦ୍ରକ ଜିଲ୍ଲା ତିହିଡ଼ିରେ ପ୍ରତିଷ୍ଠା ହେବାକୁ ଥିବା ସିଭିଲ ଜ୍‌ଜ୍ ତଥା ଜେଏମଏଫସି କୋର୍ଟ ପାଇଁ ସୋମବାର ଜିଲା ଜଜ୍ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଜିଲ୍ଲା ଜଜ୍ ଶିଶିର କୁମାର ରଥ ଭାଟପଡ଼ା ମୌଜାର ବଣବଣା ପଦାକୁ ଯାଇ ଅନୁଧ୍ୟାନ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟକୁ ଆସି ଏହାର ସମୀକ୍ଷା କରିଥିଲେ । ଜିଲ୍ଲା ସହିତ କୋର୍ଟ ରେଜିଷ୍ଟ୍ରାର ଅବକାଶ ଚୌଧୁରୀ, କୋର୍ଟ ମ୍ୟାନେଜର ମାନସ ରଥ, ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ତିହିଡ଼ି ରାଜସ୍ୱ ନିରୀକ୍ଷକ ମହେଶ୍ୱର ରଣା, ଅମିନ ପ୍ରଦୀପ ଦାସ ପ୍ରମୁଖ ସାମିଲ ହୋଇଥିଲେ । ତିହିଡ଼ି ବାର୍ ଆସୋସିଏସନ ପକ୍ଷରୁ ଆଇନଜୀବୀ ତପନ ମିଶ୍ର, ବିଷ୍ଣୁ ଦାଶ, ଅପୂର୍ବ ଦାସ, ଗୌରହରି ମହାନ୍ତି, ସତ୍ୟସୁନ୍ଦର ପତି, ନଳିନୀକାନ୍ତ ନାୟକ, ସୁବାସ ବେହେରା, ମନୋରଂଜନ ଦାସ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବସନ୍ତ ନାୟକ, ରତିକାନ୍ତ ନାଥ, ରାମଚନ୍ଦ୍ର ମହାପାତ୍ର, ପୀତାମ୍ବର ଦାସ, ଦାଶରଥି ଦାସ, ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି, ତିହିଡିରେ କୋର୍ଟ ପ୍ରତିଷ୍ଠା କରିବା ଲାଗି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ରହିଛି । ତେବେ ଦିର୍ଘ ବର୍ଷ ହେଲା ସରକାରୀ ଜମି ଚିହ୍ନଟରେ ବିଳମ୍ବ ହୋଇଥିବା ବେଳେ ସଂପ୍ରତି ଭାଟପଡ଼ା ମୌଜାର ବଣବଣା ପଦାକୁ ପ୍ରାଥମିକ ଭାବେ ଚୟନ କରାଯାଇଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |
Read More ...

ସିନ୍ଦୋଳ ଓ କନାଟିଆରେ ଲକ୍ଷ୍ମୀନାରାୟଣ ପୂଜାରମ୍ଭ, ଦିଅଁ ଦର୍ଶନ, ନେତ୍ରପଣା ଓ ଭୋଗ ଉପରେ କରୋନା କଟକଣା |

କଟକ(ଉତ୍କଳ ନିଉଜ)୧୮/୧୦/୨୦୨୧ ବିଗତ ଦେଢ ବର୍ଷ ହେଲା କରୋନାର କାୟା ସାରା ବିଶ୍ୱକୁ ବ୍ୟାପି ସାରିଛି । ତଥାପି ମାନବ ଜାତି ପୂଜା ବିଧି ବନ୍ଦ କରିନାହିଁ । ଯଦିଓ କଟକଣା ବଳବତ୍ତର ରହିଛି ହେଲେ ତିଥି ଅନୁଯାଇ ପରମ୍ପରା ଓ ଶାସ୍ତ୍ରମତେ ଦେବାଦେବୀଙ୍କ ପୂଜା ପାଳନ କରାଯାଉଛି । ପାରମ୍ପରିକ ବିଧି ଅନୁସାରେ ମଙ୍ଗଳବାର ଲକ୍ଷ୍ମୀନାରାୟଣଙ୍କ ପୂଜାବିଧି ଅନୁଷ୍ଠିତ ହେବ । ଏହି ଦିନରେ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଳିତ ହୋଇଥାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀରେ ଗଜଲକ୍ଷ୍ମୀ ପୂଜା ପାଇ ଆସୁଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡିି ବ୍ଲକର ଅବିଭକ୍ତ ସିନ୍ଦୋଳ ପଞ୍ଚାୟତରେ ୩ଟି ସ୍ଥାନରେ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଇଥାଏ । ପ୍ରଥମଟି ସିନ୍ଦୋଳ ନୂଆପାଟଣାରେ ୧୯୨୨ ମସିହା ଠାରୁ ପାଳିତ ହୋଇ ଆସୁଥିବା ବେଳେ ୨ୟଟି ଭଦ୍ରକ-ଚାନ୍ଦବାଲି ସିନ୍ଦୋଳ ରାସ୍ତା ପାଶ୍ୱର୍ରେ ୧୯୭୪ ମସିହାରୁ ପୂଜା ପାଇ ଆସୁଛନ୍ତି । ସେହିପରି ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁରେ ୧୯୭୭ ମସିହାରୁ ସ୍ୱର୍ଗତ ଗୋଲକ ଲେଙ୍କାଙ୍କ ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ହୋଇ ଆସୁଅଛି । ନୂଆପାଟଣାରେ ପାଳିତ ହୋଇ ଆସୁଥିବା ଲକ୍ଷ୍ମୀନାରାୟଣ ପୂଜାତ୍ସୋବ ଚଳିତ ବର୍ଷ ଶହେ ବର୍ଷରେ ପଦାର୍ପଣ କରିଛି ।
ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣ ପର୍ବ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛି । ମାନପଣ୍ଡା ପୋଖରୀ ଠାରୁ ନୂଆପାଟଣା ଗ୍ରାମ ରାସ୍ତାରେ ଚାଲେ ଛେରା ପହଁରାରେ । ଏହି ପୀଠରେ ନେତ୍ରପଣା ପାଇଁ ପୂର୍ବରୁ ହଜାର ହଜାର ଭକ୍ତ ଓ ଉଷେଇତିମାନେ ଲମ୍ବା ଧାଡ଼ିରେ ରହି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ଘଟଣା ଅଧିକ ଚର୍ଚ୍ଚିତ ହୋଇଥାଏ । ଏଠାରେ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜିତ ହୋଇଛନ୍ତି । ପୂଜକ ନରେନ୍ଦ୍ର ପାଣି, ମନ୍ଦିର ଟ୍ରଷ୍ଟ ବୋର୍ଡର ମେନେଜିଂ ଟ୍ରଷ୍ଟି କପିଳେନ୍ଦ୍ର ବାରିକ, କର୍ତ୍ତାଭାବେ ଭ୍ରମରବର ଦାସ, ସଭାପତି କାଳନ୍ଦି ଦାସ, ଜଗବନ୍ଧୁ ବାରିକ, ନନ୍ଦକିଶୋର ବାରିକ, ରଘୁନାଥ ବାରିକ, ରବିନ୍ଦ୍ର ଲେଙ୍କା, ସୁଧାକର ବାରିକ, ଘନଶ୍ୟାମ ପରିଡା, କପିଳେନ୍ଦ୍ର ଲେଙ୍କା ଓ ପ୍ରଦିପ ଦାସ ପ୍ରମୁଖ ଗ୍ରାମବାସୀ ପରିଚାଳନା କରୁଥିବା ବେଳେ ଲକ୍ଷ୍ମୀନାରାୟଣ ଯୁବକ ସଂଘ ପରିଚାଳନାରେ ସହଯୋଗ କରିଥାନ୍ତି । ପୂର୍ଣ୍ଣିମୀରେ ଲକ୍ଷ୍ମୀନାରାୟଣଙ୍କ ଜଳଯାତ୍ରା ସହ ଛେରା ପହଁରା, ଷୋଡଶ ପୂଜା, ନେତ୍ରପଣା ଏବଂ ଭୋଗ କରାଯାଏ । କରୋନା କଟକଣାରେ ସ୍ୱଳ୍ପ ଭକ୍ତଙ୍କ ଗହଣରେ ଜଳଯାତ୍ରା ସହ ଛେରା ପହଁରା କରାଯିବ ଏବଂ ଦିଅଁ ଦର୍ଶନ, ନେତ୍ରପଣା ଓ ଭୋଗ କଟକଣା କରାଯାଇଛି । ସିନ୍ଦୋଳ ରାସ୍ତା ପାଶ୍ୱର୍ରେ ୧୯୭୪ ମସିହାରେ ଏକ ନୂତନ ଲକ୍ଷ୍ମୀନାରାୟଣଙ୍କର ପୂଜାରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୪୭ ବର୍ଷରେ ପଦାର୍ପଣ କରିଛି । ୨୦୧୫ ମସିହାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଛି ଏବଂ ମାର୍ବଲ ପଥରର ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜମାନ ହୋଇଛନ୍ତି । ପୂଜକ ସୀତାକାନ୍ତ ପାଣି, କର୍ତ୍ତାଭାବେ ଭାଷ୍କର ଚନ୍ଦ୍ର ଦାସ, ସଭାପତି ଭାଗିରଥି ବେହେରା, ସମ୍ପାଦକ ହରିହର ସେନାପତି, କୋଷାଧ୍ୟକ୍ଷ ଅନିରୁଦ୍ଧ ବାରିକ, ଗୋଲକଚନ୍ଦ୍ର ମଲ୍ଲିକ, ବଳରାମ ମଲ୍ଲିକ, ମୁରଲୀଧର ଦାସ, ପରମାନନ୍ଦ ନାୟକ, କମଳାକାନ୍ତ ଦାସ, ମୁରଲୀଧର ବାରିକ, ରାମକୃଷ୍ଣ ନାୟକ ଓ ଚକ୍ରଧର ଦାସ ପ୍ରମୁଖ ସମସ୍ତ ଗ୍ରାମବାସୀ ପରିଚାଳନା କରୁଥିବା ଜଣାଯାଇଛି । ସେହିପରି କନାଟିଆ ଗାଁର ସ୍ୱର୍ଗତ ଗୋଲକଚନ୍ଦ୍ର ଲେଙ୍କା ପରିବାର ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଉଛି । ପ୍ରଥମେ କଳସ ପୂଜା ଓ ପରେ ମୃଣ୍ମୟୀ ମୂର୍ତ୍ତୀ ପୂଜାର୍ଚ୍ଚନା କରାଯାଉଥିଲା ।
୧୯୯୭ ମସିହାରେ ଏଠାରେ ଏକ ଭବ୍ୟ ମନ୍ଦିରରେ ପାଷାଣ ମୂର୍ତ୍ତୀ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ପୂଜା ପାଉଛନ୍ତି । ସ୍ୱୟଂ ଲକ୍ଷ୍ମୀଙ୍କ ବାହାନ ବହୁ ରାଜପେଚାଙ୍କ ଆବିର୍ଭାବ ମନ୍ଦିରର ଶୋଭାବର୍ଦ୍ଧନ କରିଛି । ପୂଜକ ଗୋପାଳ ପାଣି, କର୍ତ୍ତାଭାବେ ହରିହର ଲେଙ୍କା ଏବଂ ନାରାୟଣ ଲେଙ୍କା, ମୁକୁନ୍ଦ ମୁରାରୀ ଲେଙ୍କା, ମଧୁସୂଦନ ଲେଙ୍କା, କମଳାକାନ୍ତ ଲେଙ୍କା ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ଏହି ସବୁ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ରାତିରେ ଚକ୍ଷୂଦାନ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମାନସିକଧାରୀମାନେ ନେତ୍ରପଣା ସେବନ କରି ବ୍ରତ ଭାଙ୍ଗିଥାନ୍ତି । ହଜାର ହଜାର ନେତ୍ରପଣା ଆଟିକା ଭୋଗ ଲାଗିଥାଏ । କିଏ ବିବାହିତ ବା କିଏ ଅବିବାହିତ ସମସ୍ତେ ଏହି ପୂଜାରେ ମାନସିକ ରଖିବା ସହ ଉପବାସ କରି ସାନିଧ୍ୟଲାଭ କରିଥାନ୍ତି । ଏକ ସପ୍ତାହ ବ୍ୟାପୀ ଏହି ଅଞ୍ଚଳର ଏହା ଏକ ଡାକୁଆ ପର୍ବ ଭାବେ ବେଶ ପରିଚିତ ହୋଇଆସୁଅଛି । ମାତ୍ର କରୋନା କଟକଣାରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ନଥିବା ବେଳେ ପୂଜାବିଧିକୁ ସମ୍ମାନ ଜଣାଉଛନ୍ତି ଅଞ୍ଚଳବାସୀ । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ପଦାର୍ଥ ବିଜ୍ଞାନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର |

କଟକ (ଉତ୍କଳ ନ୍ୟୁଜ) ୦୬-୧୦-୨୦୨୧ : ଚଳିତ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର | ପଦାର୍ଥ ବିଜ୍ଞାନ ରେ କ୍ଷେତ୍ର ରେ ଉଲ୍ଲେଖନୀୟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ , ବୈଜ୍ଞାନିକ କ୍ଲାଓସ ହାସେଲମନ ଓ ବୈଜ୍ଞାନିକ ଜିଓରଜିଓ ପାରିସୀ ଙ୍କୁ ନୋବେଲ ପୁରସ୍କାର ମିଳିବ | ଜଟିଳ ଭୌତିକ ବିଜ୍ଞାନିକ ପ୍ରଣାଳୀ ପାଇଁ ଉକ୍ତ ୩ ଜଣଙ୍କୁ ବୈଜ୍ଞାନିକ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ | ରୟାଲ ସ୍ବେଡ଼ିସ ଏକାଡେ଼ମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନି ଜଣଙ୍କୁ ମନୋନୀତ କରାଯାଇଛି | ବୈଜ୍ଞାନିକ ସୁକୋରୋ ମାନବେ ଓ ବୈଜ୍ଞାନିକ କ୍ଲାଓସ ହାସେଲମନ କାର୍ବନ ଡ଼ାଈଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦ ରେ ଗୁରୁତୁପୁର୍ଣ୍ଣ ଗବେଷଣା କରିଥିଲେ | ସେହିପରି ବୈଜ୍ଞାନିକ ଜିଓରଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀ ରେ ଦ୍ରୁତ ପରିବର୍ତନ ର ଗତି ବାବଦ ରେ ଗବେଷଣା କରିଛନ୍ତି |
Read More ...

ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ କରୋନା ପଜିଟିଭ ଚିହ୍ନଟ |

କଟକ (ଉତ୍କଳ ନ୍ୟୁଜ) ୩୦-୦୯-୨୦୨୧ : ଧୀରେ ଧୀରେ କାମୁଛି ଦେଶ ରେ କରୋନା ସଂକ୍ରମଣ ସଂଖ୍ୟା | ହେଲେ ସମ୍ପୂର୍ଣ୍ଣ ଭାବ ରେ ଯାଇନି କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ କରୋନା ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ପ୍ରାୟ ୧୮, ୮୭୦ ରୁ ଅଧିକ ଥିବା ବେଳେ , ଦେଶ ରେ ମୃତ୍ୟୁ ସଂଖ୍ୟା ୩୦୦ ରୁ ଅଧିକ ରହିଛି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ କରାଯାଇଛି | ଏହି ସଂଖ୍ୟା କୁ ମିଶାଇ ଭାରତ ରେ ସମୁଦାୟ କୋଭିଡି ସଂକ୍ରମଣ ମାମଲା ୩,୩୭,୧୬,୪୫୧ ଓ ମୃତ୍ୟୁ ସଂଖ୍ୟା ୪,୪୭,୭୫୧ ରେ ପହଂଚିଛି |
Read More ...

ଭି ଆର ଚୌଧରୀ ଭାରତ ର ପରବର୍ତ୍ତୀ ବାୟୁସେନା ମୁଖ୍ୟ |

କଟକ (ଉତ୍କଳ ନ୍ୟୁଜ) ୨୨-୦୯-୨୦୨୧ ; ଭି ଆର ଚୌଧରୀ ହେବେ ଭାରତ ର ପରବର୍ତ୍ତୀ ବାୟୁସେନା ମୁଖ୍ୟ | ଗତକାଲି ଏହି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର | ବର୍ତ୍ତମାନ ଶ୍ରୀ ଚୌଧରୀ ବାୟୁସେନା ର ଭାଇସ ଚିଫ ଅଫ ଏୟାର ଷ୍ଟାଫ ପଦ ରେ କାର୍ଯ୍ୟରତ ଅଛନ୍ତି | ବର୍ତ୍ତମାନ ର ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଅରକେଏସ ଭଦରିଆ ୨୦୨୧ ସେପ୍ଟେମ୍ବର ୩୦ ରେ କାର୍ଯ୍ୟ ରୁ ଅବସର ନେବେ | ବାୟୁ ସେନା ର ଉପ ପ୍ରମୁଖ ହେବ ପୂର୍ବରୁ ଚୌଧରୀ ଭାରତୀୟ ବାୟୁସେନା ର ପଶ୍ଚିମ ବାୟୁସେନା କମାଣ୍ଡ ର କମାଣ୍ଡର ଇନ ଚିଫ ଭାବେ କାର୍ଯ୍ୟଋତ ଥିଲେ |
Read More ...

ALL NEWS