ତିହିଡିରେ ବିଜେପିର ୪୫ତମ ପ୍ରତିଷ୍ଠା ଦିବସ ପାଳିତ |

118

କଟକ (ଉତ୍କଳ ନ୍ୟୁଜ ) ୬-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡିରେ ଭାରତୀୟ ଜନତା ପାର୍ଟି(ବିଜେପି)ର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଟାଉନହଲ ସାମ୍ନାରେ ଏକ ସଭା ବିଜେପିର ଯୁବନେତା ସୀତାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପିର ଧାମନଗର ନିର୍ବାଚନମଣ୍ଡଳୀ ପ୍ରଭାରୀ ବୁଦ୍ଧଦେବ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ଶୁକଦେବ ମଳିକ, ଭାଟପଡା ସରପଞ୍ଚଶୁଭ୍ରନାରାୟଣ ସେଠୀ, ସାହିତ୍ୟିକ ଯଦୁମଣି ପାଣିଗ୍ରାହୀ, ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରଘୁନାଥ ପାତ୍ର, ବରିଷ୍ଠ ନେତା ଅଜୟ ମହାପାତ୍ର, ବିଜେପି ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ଯୁବନେତା ପ୍ରତାପ ଜେନା, ମନୋଜ ସେନାପତି, ଦେବେନ୍ଦ୍ର ପଣ୍ଡା, ପ୍ରିୟବ୍ରତ ପାଢୀ, ପଞ୍ଚାୟତ ସଭାପତି ପ୍ରଦୀପ ଜେନା, କେଶବ ବେହେରା, କୈଳାସ ଜେନା, ମାନସ ପୁହାଣ, ଅଭିମନ୍ୟୁ ବେହେରା, ଅଜୟ ନାୟକ ପ୍ରମୁଖ ଯୋଗଦେଇ ବିଜେପି ଭଳି ସର୍ବବୃହତ ରାଜନୈତିକ ଦଳର ପ୍ରତିଷ୍ଠା ରେ ଯେଉଁ ରାଷ୍ଟ୍ରବାଦୀ ନେତାଙ୍କ ଭୂମିକା ରହିଥିଲା ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ବିଜେପି ତାର ଲକ୍ଷ୍ୟପଥରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଧୀରେ ଧୀରେ ପୂରଣ କରିବାରେ ସକ୍ଷମ ହେଉଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସେହିପରି ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଢି ତୋଳିବା ପଥରେ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିବା ବେଳେ ଆଗାମୀ ଦିନରେ ପୃଥିବୀରେ ତୃତୀୟ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ବକ୍ତାମାନେ ପ୍ରଶଂସା କରିଥିଲେ । ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ଗଠନ ଦିଗରେ ବିଜେପି କର୍ମୀମାନେ ନିଷ୍ଠାପର ଓ ନିରନ୍ତର ଭାବେ ଉଦ୍ୟମ ଜାରି ରଖିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା । ପ୍ରାରମ୍ଭରେ ବିଜେପି ପ୍ରତିଷ୍ଠାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |