ତିହିଡି ଓ ପୀରହାଟରେ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ |

28

କଟକ (ଉତ୍କଳ ନ୍ୟୁଜ ) ୦୧-୦୫-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଓ ପୀରହାଟରେ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଉଭୟ ସିପିଆଇ ଓ ସିପିଆଇଏମ ପକ୍ଷରୁ ନିଜ ନିଜର କାର୍ଯ୍ୟାଳୟର ଏହା ପାଳିତ ହୋଇଥିଲା । ଏହି ଅବସରରେ ରକ୍ତପତାକା ଉତ୍ତୋଳନ କରାଯାଇଥିଲା । ଶ୍ରମିକମାନଙ୍କ ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟାଖାନ କରିଆସୁଛନ୍ତି । ଦିନକୁ ୮ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଉଛନ୍ତି । ଶ୍ରମିକମାନଙ୍କର ମଜୁରୀ ମଧ୍ୟ ବୃଦ୍ଧି ପାଉନି । ଶ୍ରମ ଆଇନ୍‌କୁ ସଂକୁଚିତ କରାଯାଉଛି । ସରକାର ପରେ ସରକାର ବଦଳୁଛି ହେଲେ ଶ୍ରମିକମାନଙ୍କ ସମସ୍ୟାର ସମଧାନ ହୋଇ ପାରୁନି । ଶ୍ରମିକମାନଙ୍କ ଅଧିକାରକୁ ଛଡେଇ ନିଆଯାଉଛି । ଦେଶର ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ମୁଦ୍ରାସ୍ପିତି, ସରକାରୀ ରାଷ୍ଟ୍ରାୟତ କଳକାରଖାନା ବିକ୍ରି କରିବା, ନିଯୁକ୍ତି ହ୍ରାସ କରିବା ଆଦି ଦାବିରେ ଶ୍ରମିକ ସଂଗଠନ ସରକାର ବିରୋଧି ହୋଇଯାଇଛନ୍ତି । ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଚାକିିରୀରେ ସୁରକ୍ଷା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଅବସର ପରେ ପେନସନ୍ ଲାଗୁ କରିବା ଆଦି ଦାବି କରାଯାଇଛି । ଏଠାରେ ସୁଚନା ଥାଉକି, ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ଚମଡା ଓ ପାଉଁରୁଟି କାରଖାନାର ଶ୍ରମିକମାନଙ୍କୁ ଗୁଳି ଚାଳନା କରିଥିଲେ ସରକାର । ରକ୍ତ ରଞ୍ଜିତ ହୋଇଥିଲା ପରିସର । ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିିବା ଲାଗି ସେବେଠାରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇ ଆସୁଅଛି । ସିପିଆଇଏମ ପକ୍ଷରୁ ତିହିଡିରେ ବିଷ୍ଣୁ ଦାଶଙ୍କ ନେତୃତ୍ୱରେ ତିହିଡି ଓ ପୀରହାଟରେ ନିର୍ମଳ ଦଳେଇ, ଶ୍ରୀଧର ଜେନା, ସତ୍ୟବ୍ରତ କୁଣ୍ଡ, କିଶୋର ଜେନା, ଜ୍ୟୋତିର୍ମୟ ମଳିକ, ଶରତ ମହାନ୍ତି, ବାଇଧର ଦଳେଇ, ପୁରୋସ୍ତମ ସାହୁ, ମୁକ୍ତିକାନ୍ତ ଭୋଳ, ସତ୍ୟଜିତ କୁଣ୍ଡ, ବନମାଳୀ ମହାନ୍ତି, ସୁବାଶ ମହାଳିକ, ନବଘନ ଜେନା, ଲେକିନ୍ ବାରିକ ଏବଂ ସିପିଆଇ ପକ୍ଷରୁ ସନ୍ଥଚରଣ ବିଶ୍ୱାଳଙ୍କ ନେତୃତ୍ୱରେ ରବିନ୍ଦ୍ର ବାରିକ, ନାରାୟଣ ତ୍ରିପାଠୀ, ଶରତ ବେହେରା, ରାଜେନ୍ଦ୍ର ବାରିକ, ଭଜଗୋବିନ୍ଦ ନାୟକ, ସନାତନ ଦାସ, କୃତ୍ତିବାସ ଜେନା, କାଶିନାଥ ବାରିକ, ସୀତାକାନ୍ତ ଜେନା, ଗୟାଧର ଦାସ, ବଳରାମ ବାରିକ, ରତ୍ନାକର ସାହୁ, ବଳରାମ ସେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଶଙ୍କର୍ଷଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |