ଦୋଳସାହିରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ |

46

କଟକ (ଉତ୍କଳ ନ୍ୟୁଜ ) ୦୧-୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୋଳସାହି ପଞ୍ଚାୟତରେ ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ ଓ ରୁଜାତା ପଣ୍ଡା, ସରପଞ୍ଚ ଗୌରୀଶଙ୍କର ଜେନା, ସମିତି ସଭ୍ୟ ଚିନ୍ତାମଣି ଦାସ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ଓ ମୀନତି ଦାସ, ସୁଧନ୍ୱା ନାୟକ, ରାଜେନ୍ଦ୍ର ଜେନା, ଚିତ୍ତରଞ୍ଜନ ଦିକ୍ଷିତ, ପଞ୍ଚାୟତ ସଭାପତି ଅଶୋକ ନାୟକ, ଗଣେଶ ପ୍ରସାଦ ବିଶ୍ୱାଳ, ଡ. ସୁବାଶ ନାୟକ, ବିଜୟ ନାୟକ, ରାମଚନ୍ଦ୍ର ସାହୁ, ପ୍ରଭାତୀ ବଳ, ଅନ୍ତର୍ଯ୍ୟାମୀ ଦିକ୍ଷିତ ପ୍ରମୁଖ ଯୋଗଦେଇ ଚଳିତ ନିର୍ବାଚନରେ ବିଜେପିକୁ କଡ୍ଡା ଟକ୍କର ଦେଇ ବିଜେଡିର ହାତ ମୁଠାକୁ ଟାଣ କରିବାକୁ ପଣ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ରେ ଉପନିର୍ବାଚନ ବିଜେଡି ସପକ୍ଷରେ ଭୋଟନଥିଲା । ମାତ୍ର ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରତି ସମର୍ଥନ ରହିଥିଲା । ଏତତ୍ ବ୍ୟତିତ ବିଭିନ୍ନ ସମୟରେ ଅନ୍ୟଦଳ ତ୍ୟାଗକରି ବିଜେଡିରେ ହଜାର ହଜାର କର୍ମୀ ଯୋଗ ଦେଇଛନ୍ତି । କ୍ଷମତା ନଥିଲେ ମଧ୍ୟ ରଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ବନ୍ୟାଜଳ ନିଷ୍କାସନ ସହିତ କୃଷି ଓ କୃଷକର ଉନ୍ନତି କରିବା ଲାଗି ଯୋଜନା ପରେ ଯୋଜନା ପ୍ରଣୟନ କରାଯାଇଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନୁଦାନ କଦାପି ଭୁଲି ହେବନି । ଯାହାକୁ ପାଥେୟ କରି ଚଳିତ ନିର୍ବାଚନରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି । ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଟ ଥର ବିଜୟର ତିଲକ ପିନ୍ଧାଇ ବିଶ୍ୱ ସ୍ତରରେ ରେକର୍ଡ କରିବା ଏବଂ ବିଧାୟକ ଓ ସାଂସଦ ପ୍ରାର୍ଥିୀଙ୍କ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନିରେ ଶହସ୍ରାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ମଳିକ, ହିମାଂଶୁ ବଳ, ନାରାୟଣ ମହାରାଜ, ମାନଗୋବିନ୍ଦ ମହାପାତ୍ର, ଅକ୍ଷୟ ସାହୁ, ଶ୍ରୀଧର ନାଥ, ସୋମନାଥ ମହାରଣା, ବାବୁଲା ଭଞ୍ଜ, ଅନାମ ଚରଣ ସାହୁ, ରବିନ୍ଦ୍ର ଜେନା, କୁନା ନାୟକ, ଲକ୍ଷ୍ମୀଧର ନାୟକ, ଦୀପକ ଭଞ୍ଜ, ଅମ୍ବିକା ପ୍ରସାଦ ବେହେରା, ତ୍ରିଲୋଚନ ସାହୁ, ଦାଶରଥି ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |