ଦୌଲତପୁର ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ |

62

କଟକ (ଉତ୍କଳ ନ୍ୟୁଜ ) ୦୧-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତ ବିଜେଡି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ସ୍ଥାନୀୟ ପୀରହାଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ପାଳିରେ ବିଧାୟକଭାବେ ଡ. ବ୍ୟୋମକେଶ ରାୟ ସାମୂହିକ ଉନ୍ନତି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ନଦୀନାଳ ଭରା ଏହି ନିର୍ବାଚନ ମଣ୍ଡଳିରେ ମନ୍ତେଇ ନଦୀ ବାଂଶଡା ଠାରେ ସେତୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଚାରିବାଟିଆ ଓ ବାଲିଆପାଳରେ ସେତୁ ନିର୍ମାଣ ଲାଗି ଟେଣ୍ଡର ସରିଛି । ସେହିପରି ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ଦର୍ଶନ ନିମନ୍ତେ ସାଳନ୍ଦି ନଦୀରେ ଗୋବିନ୍ଦପୁର ପଞ୍ଚାୟତ ଓ ଧାନଖଣିଆ ଠାରେ ଏବଂ ତିନିତର ଠାରେ ସେତୁ ନିର୍ମାଣ ପାଇଁ ସବୁ ବ୍ୟବସ୍ଥା ସରିଛି । ସେହିପରି ଆଲୋକିକରଣ, ନଦୀବନ୍ଧ ସୌନ୍ଦର୍ଯ୍ୟକରଣ, ଷ୍ଟାଡିୟମ, ରାସ୍ତାଘାଟ ଆଦିର ଭିତ୍ତିଭୂମି ସଜାଡା ଯାଇଛି । ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଖୁବ୍ ଶୀଘ୍ର ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ଫଳରେ ସହରାଞ୍ଚଳ ପରି ଅଞ୍ଚଳବାସୀ ସୁବିଧା ସୁଯୋଗ ପାଇପାରିବେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥି ଡ. ବ୍ୟୋମକେଶ ରାୟ ଉଦ୍‌ବୋଧନ ଦେଇଥିଲେ । ବିରୋଧି ବିଜେପି ପ୍ରାର୍ଥି ଏହି ଅଞ୍ଚଳବାସୀ ନୁହଁନ୍ତି, ପରଦେଶୀ ପରି ଫୁର୍‌କିନା କେତେବେଳେ ଉଡିଯିବେ । ତାଙ୍କ କଥାରେ ବଶିଭୂତ ନହୋଇ ଦଳକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ଯେତେ ପ୍ରକାର ଉନ୍ନତି ହୋଇଛି କେବଳ ରାଜ୍ୟ ସରକାରଙ୍କ ଦ୍ୱାରା । କେନ୍ଦ୍ର ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ବେଳେ ତାଙ୍କ ଦଳକୁ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ଚେତାବନି ଦେଇଥିଲେ । ଏହି ଅବସରରେ ବିଜେପି ଦଳ ଛାଡି ସୁବାଶ ବାରିକ, ରତ୍ନାକର ଦାସ, ଅଭିମନ୍ୟୁ ବାରିକ, ବିଜେପି ୱାର୍ଡ ସଭ୍ୟ ପ୍ରାର୍ଥି ଶୁସାନ୍ତ ବାରିକ ଓ ରାଜକିଶୋର ବେହେରାଙ୍କ ସମେତ ବାବାଜୀ ଦାସ, ରଜତ ବାରିକ, ରମେଶ ଦାସ, ମହେଶ୍ୱର ପଣ୍ଡା, ଅଜୟ ମହାଳିକ, ଶ୍ରୀକାନ୍ତ ପଣ୍ଡା, କଟକୃଷ୍ଣ ବାରିକ, ଆକାଶ ନାୟକ, ରମାକାନ୍ତ ବାରିକ, ଖଗେଶ୍ୱର ଦାସ, ବାବୁରାମ ମହାଳିକ, ବସନ୍ତ ଜେନା, ପ୍ରକାଶ ବାରିକ, ଅକ୍ଷୟ ବାରିକ, ରବିନ୍ଦ୍ର ଜେନା ପ୍ରମୁଖ ପ୍ରାୟ ୬୦ ପରିବାର ବିଜେଡିରେ ମିଶିଛନ୍ତି । ଦଳୀୟ ଉତ୍ତରୀୟ ପ୍ରଦାନ କରି ଶ୍ରୀ ରାୟ ସେମାନଙ୍କୁ ସ୍ୱାଗତ କରିଥିଲେ । ଆୟୋଜିତ ସମ୍ମିଳନୀରେ ସମ୍ମାନୀତ ଅତିଥିଭାବେ ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ସରପଞ୍ଚ ପ୍ରଭାତ ମିଶ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି, ହରିଶ୍ଚନ୍ଦ୍ର ବାରିକ, ବରିଷ୍ଠ ନେତା ବୈଲୋଚନ ନାୟକ, ହିମାଦ୍ରୀ ମିଶ୍ର ଓ ଜିତେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୋଳଗୋବିନ୍ଦ ଦାସ, ଉଗ୍ରସେନ ନାୟକ, ଶଙ୍କର୍ଷଣ ବାରିକ, ପୂର୍ଣ୍ଣଚନ୍ଦ୍ର ଓଝା, ଭାଗିରଥି ସେଠୀ, କାର୍ତ୍ତିକ ଦାସ, ବିଜୟ ଭୋଇ, ଭାଗିରଥି ବାରିକ, କାଳନ୍ଦି ନାୟକ, ବଳରାମ ବାରିକ, ଦୁର୍ଯ୍ୟୋଧନ ଜେନା, ବସନ୍ତ ଜେନା, ଗୁଡୁଆ ଦାସ ଓ ବିଜୟ ବାରିକ ପ୍ରମୁୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |