ତଳଗୋପବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ |

186

କଟକ (ଉତ୍କଳ ନ୍ୟୁଜ ) ୦୪-୦୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ତଳଗୋପବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ଆଦିତ୍ୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ କୁମାର ଦାସ ଯୋଗଦେଇ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ରାଜ୍ୟର ନବୀନ ପଟ୍ଟନାୟକ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ବିନା ସୁଧରେ ଋଣ ପ୍ରଦାନ କରିବା, ଚିକିତ୍ସା ଲାଗି ବିଏସକେୱା କାର୍ଡ ପ୍ରଚଳନ କରିବା, ୫-ଟି ଜରିଆରେ ମନ୍ଦିର, ମଠ, ସ୍କୁଲ, ଅଙ୍ଗନୱାଡି, ଗୋଷ୍ଠିକେନ୍ଦ୍ର ଆଦି ନିର୍ମାଣ କରିବା ସର୍ବୋପରି ବନ୍ୟା ଜଳ ରୋକିବା ଲାଗି ଏହି ନିର୍ବାଚନ ମଣ୍ଡଳୀ ଲାଗି କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି ବୋଲି କହିଥିଲେ । ବିରୋଧି ଦଳ ଭାଷଣ ଅଧିକ ଦେଇ କାମ କରନ୍ତିନି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଥା କମ୍ କାମ ବେଶି ନ୍ୟାୟରେ ସାଢେ ଚାରି କୋଟି ଜନତାଙ୍କ ହୃଦୟରେ ରହିଯାଇଛନ୍ତି । ତାଙ୍କ ହାତ ମୁଠାକୁ ଟାଣ କରିବା ଲାଗି ଦିଲ୍ଲୀ ଦରବାରରେ ଦାବି ରଖିବା ଲାଗି ସାଂସଦ ପ୍ରାର୍ôଥନୀ ମଞ୍ଜୁଲତା ମଣ୍ଡଳ ଓ ତାଙ୍କୁ ବିଧାୟକଭାବେ ନିର୍ବାଚିତ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀଭାବେ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଗରିବ ଲୋକଙ୍କ ହକ୍‌କୁୁ ଛଡେଇ ନେଇଛି କେନ୍ଦ୍ର ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବନ୍ଦ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ରଣୟନ କରିବା, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ ନକରିବା ଆଦି ବିଜେପି ବିରୋଧରେ ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ମୃତ୍ୟୁଞ୍ଜୟ ସାମଲ, ବିଦ୍ୟାଧର ପଣ୍ଡା, ଗଙ୍ଗାଧର ବେହେରା, ଚିନ୍ମୟ ସାହୁ ଓ କୁଳମଣି ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ବିଜେଡିର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ବିଜେପିର ଆଞ୍ଚଳିକ ନେତାଙ୍କ ବିରୋଧରେ ବର୍ଷିଥିଲେ । ଏହି ଅବସରରେ ଦେବେନ୍ଦ୍ର ପାତ୍ର, ହାଡିବନ୍ଧୁ ବେହେରା, ସପନ ନାୟକ, ତପନ ନାୟକ, ସୀତାକାନ୍ତ ମଳିକ, ବିଦ୍ୟାଧର ମଳିକ, ବିଦ୍ୟାଳର ସାହୁ ପ୍ରମୁଖ ଅନ୍ୟଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସଙ୍କ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହିତ ଦଳପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଭାବେ ଶ୍ରୀଦାସ ତଳଗୋପବିନ୍ଧା ଗାଁର ଦୁର୍ଘଟଣାରେ ଶିକାର ହୋଇଥିବା କାଜଲ ବେହେରା ଓ ତାଙ୍କ ସ୍ତ୍ରୀ ଶୁସାନ୍ତୀ ବେହେରାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ପର୍କୀୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |