ବିଲଣା ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ |

22

କଟକ (ଉତ୍କଳ ନ୍ୟୁଜ) ୪-୦୫-୨୦୨୪: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ବିଲଣା ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସମିତିି ସଭ୍ୟ ଶରତ କୁମାର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦଳର ସମର୍ଥକ ତଥା ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ । ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସ, ପୂର୍ବତନ ବିଧାୟକ ବିଜୟ ନାୟକ, ଭଦ୍ରକ ସଂସଦୀୟ ନିର୍ବାଚନ କ୍ଷେତ୍ର ସଂଯୋଜିକା ସୁଶ୍ରୀ ବିଦ୍ୟୁତଲତା ନାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଂଯୋଜକ ସୁଧନ୍ୱା ନାୟକ, ଜିଲା ବିଜେଡି କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ଡ. ସୁବାସ ନାୟକ, ସମିତି ସଭ୍ୟ ବିନୋଦ ସେଠୀ, ତାପସ ପାଠୀ ପ୍ରମୁଖ ବକ୍ତବ୍ୟ ରଖି ବିଜେପି ଦଳକୁ ତୀବ୍ର ସମାଲୋଚନା କରିଥିଲେ । ଓଡ଼ିଶାରେ ଯାହା କିଛି ଉନ୍ନତି ହୋଇଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି ଓ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟ ପାଖରୁ ଖାଦ୍ୟ ପର୍ଯ୍ୟନ୍ତ ବହୁ ସୁବିଧା ପାଇପାରୁଛନ୍ତି ବୋଲି କହିଥିଲେ । ନବୀନ ବାବୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ରଘୁନାଥ ତ୍ରିପାଠୀ, ଶିଶିର ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, ଗୋବର୍ଦ୍ଧନ ବିଶ୍ୱାଳ, ପ୍ରଦୀପ ପାଣ୍ଡବ, ବଟକୃଷ୍ଣ ମହାଳିକ, ଭାଗବତ ମଳିକ, ଶଶିକାନ୍ତ ସେନାପତି, ବଙ୍କିମ ଚନ୍ଦ୍ର ନାୟକ, ରବୀନ୍ଦ୍ର ମହାକୁଡ଼ ପ୍ରମୁଖ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |