ବିଜେଡିରେ ସାମିଲ ହେଲେ ମଙ୍ଗଳପୁର ଓ ସନ୍ଥପୁରା ଗାଁର ୪୦ ପରିବାର |

147

କଟକ (ଉତ୍କଳ ନ୍ୟୁଜ ) ୪-୦୫-୨୦୨୪: ନିର୍ବାଚନ ଯେତେକି ପାଖେଇ ଆସୁଛି ଦିନକୁ ଦିନ ବାସୁଦେବପୁର ବିଜେଡି ଅଧିକରୁ ଅଧିକ ମଜବୁତ୍ ହେବାରେ ଲାଗିଛି । ରାଜ୍ୟର ସ୍ୱଚ୍ଛ ନବୀନ ସରକାରଙ୍କ ସମେତ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉପରେ ଆସ୍ଥା ପ୍ରକଟ କରି ଉଭୟ ବିଜେପି ଓ କଂଗ୍ରେସରୁ ଶହଶହ କର୍ମୀ ବିଜେଡିରେ ସାମିଲ ହେଉଥିବା ଜଣାଯାଇଛି । କିଛିଦିନ ତଳେ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମଲି ହୋଇଥିବା ବେଳେ ପୁଣି ଆଜି ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଓ ଜିଲ୍ଲା ବିଜେଡି ସମ୍ପାଦକ କମଳାକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ପ୍ରାୟ ୪୦ ପରିବାର ଅନ୍ୟଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ବାସୁଦେବପୁରସ୍ଥିତ ବାସଭବନରେ ଏନେଇ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲକ୍ଷ୍ମୀଧର ନାୟକ, ଭିକାରୀ ଚରଣ ନାୟକ, ଭାଗିରଥି ଦାସ, ରମେଶ ସାହୁ, ଚନ୍ଦନ ନାୟକ, ବିନୋଦ ନାୟକ, ପୀତବାସ ପରିଡା, ରଞ୍ଜନ ନାୟକ, ସୁରେନ୍ଦ୍ର ବାରିକ, ମକରା ମାଝୀ, ଏସକେ ଭାଗଦାଦ, ନରୋତ୍ତମ ସାହୁ, ରାଜେନ୍ଦ୍ର ନାୟକ, ଦୟାନିଧି ବାରିକ, ଝଡିଆ ମହାଳିକ, କୈଳାସ ମହାଳିକ, ଘନଶ୍ୟାମ ମଳିକ, ନିରୋଦ ମଳିକ, କାଳନ୍ଦି ମଳିକ, ରଙ୍ଗାଧର ମଳିକ, ଉମାକାନ୍ତ ମଳିକ, ବିଚିତ୍ର ସେଠୀ, ପ୍ରମୋଦ ବାରିକ, ସୋମନାଥ ନାୟକ ଓ ଜୀବନ ନାୟକ ପ୍ରମୁଖ ଉଭୟ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ଜଣାଯାଇଛି । ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହିତ ବିରୋଧିଙ୍କ କାନକୁହା କଥାରେ ଆଉ ପରିଚାଳିତ ନେହେବାକୁ ପରାମର୍ଶର୍ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ, ସରପଞ୍ଚପୁଷ୍ପାଞ୍ଜଳୀ ଲେଙ୍କା, ଜିଲ୍ଲା ବିଜେଡି ସମ୍ପାଦକ କମଳାକାନ୍ତ ଲେଙ୍କା, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସମିତି ସଭ୍ୟ ସଂଗ୍ରାମ କେଶରୀ ଦାସ, ମହରମପୁର ସମିତି ସଭ୍ୟ ଧର୍ମାନନ୍ଦ ବେହେରା, ବିପିନ ଦାସ, ଶଶଧର ମଳିକ, ଅକ୍ଷୟ ସେଠୀ, ଦେବାଶିଶ ମହାଳିକ, ସଞ୍ଜୟ ମହାଳିକ, ସଞ୍ଜୟ ମହାନ୍ତି ଓ ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମି ଦିନରେ ଏହି ପଞ୍ଚାୟତରୁ ବହୁ କର୍ମୀ ବିଜେଡିରେ ସାମିଲ ହେବାନେଇ ଯୋଗାଯୋଗ ରହିଛି ବୋଲି ଶ୍ରୀ ଲେଙ୍କା ବିଧାୟକଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ କିଛିଦିନ ହେବ ମହରମପୁର ପଞ୍ଚାୟତର ସମିତି ସଭ୍ୟ ଧର୍ମାନନ୍ଦ ବେହେରା ବିଜେଡି ଦଳ ଛାଡିବା ନେଇ ଆଲୋଚନା ହେଉଥିଲା । ବିଜେଡି ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା ଆପ୍ରାଣ ଉଦ୍ୟମ ଫଳରେ ସମିତି ସଭ୍ୟ ଶ୍ରୀ ବେହେରା ସେଥିରୁ ନିବୃତ ହୋଇ ଆଜି ବିଧାୟକଙ୍କ ବାସଭବନରେ ଉପସ୍ଥିତ ହୋଇଥିଲେ । ଯାହା ବିରୋଧିଙ୍କ ଏକ ଝଟଡା ବୋଲି କୁହା ଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |