ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାଧବୀଲତା |

375

କଟକ (ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୪ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଅଚକ ପଞ୍ଚାୟତର ସମିତି ସଭ୍ୟା ମାଧବୀଲତା ଭୋଇ । ବିଜେଡିର ନୀତି ଆଦର୍ଶରେ ସେ ଖାପ ଖୁଆଇ ପାରୁନଥିବାରୁ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ଏନେଇ ବିଜେଡିର ଜିଲା ସଭାପତିଙ୍କ ନିକଟକୁ ଲିଖିତ ଭାବେ ସୂଚନା ଦେବା ସହ ଏହାର ନକଲ ତିହିଡ଼ି ବ୍ଲକ ବିଜେଡି ସଭାପତିଙ୍କୁ ପ୍ରଦାନ କରିଥିବା ନେଇ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଶ୍ରୀମତୀ ଭୋଇ ତିହିଡ଼ି ପଞ୍ଚାୟତ ସମିତିରେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଅଧ୍ୟକ୍ଷା ଥିବା ବେଳେ ଚଳିତ ଥର ମିଶାଇ ସେ ତିନି ଥର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ସ୍ୱାମୀ ସ୍ୱର୍ଗତଃ ବାବୁଲି ଭୋଇ ଜଣେ ପୋଖତ ରାଜନେତା ଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ତିହିଡି ରାଜନୀତିରେ ବେଶ ପରିଚୟ ରହିଛି । ତାଙ୍କର ନୀତିଗତ ଆଦର୍ଶ ସହ ବିଜେଡି ମଧ୍ୟରେ ବହୁ ଫରକ୍ ରହୁଥିବା କାରଣରୁ ସେ ଦଳ ଛାଡିଥିବା ସ୍ପଷ୍ଟ ହୋଇଛି । ବିଧାନସଭା ନିର୍ବାଚନ ପରିପ୍ରେକ୍ଷିରେ କୌଣସି ଦଳରେ ଯୋଗଦାନ କରିବା ସମ୍ପର୍କରେ ସେ ସ୍ପଷ୍ଟ କରିନଥିଲେ ମଧ୍ୟ ଏକ ଜାତୀୟ ରାଜନୈତିକ ଦଳରେ ଖୁବ୍ ଶିଘ୍ର ସାମିଲ ହୋଇପାରନ୍ତି ବୋଲି ନିକଟତମ ବ୍ୟକ୍ତିମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |