ବିଜେଡିରେ ମିଶିଲେ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ |

65

କଟକ (ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୪ : ବିଜେଡିରେ ମିଶିଲେ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତର ଏକ ମିଶ୍ରଣ ପର୍ବ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ମଳିକଙ୍କ ସମେତ ବହୁ ପରିବାର ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି । ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଶରତ ମଳିକ, ସଦାନନ୍ଦ ପାତ୍ର, ପ୍ରଭାତ ପାତ୍ର, ପ୍ରଶାନ୍ତ ପାତ୍ର, ଲକ୍ଷ୍ମୀଧର ସେଠୀ, ଶରତ ଲେଙ୍କା ପ୍ରମୁଖ ଏକାଧିକ କର୍ମୀ ଅନ୍ୟଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି । ନୂତନ କର୍ମୀମାନଙ୍କୁ ବିଧାୟକ ଶ୍ରୀ ରାଉତରାୟ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ଭାଇ ଦୁର୍ଗାଦତ୍ତ ରାଉତରାୟ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ତଥା ମଙ୍ଗଳପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ପ୍ରବୀର କୁମାର ନାୟକ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ, ବିଜେଡି ନେତା ବିଷ୍ଣୁ ଚରଣ ମହାନ୍ତି, ଅଭୟ ବିଶ୍ୱାଳ, ବାବାଜୀ ରାଉଳ, ୱାର୍ଡ଼ସଭ୍ୟ ଭରତ କାଣ୍ଡି, ଅବଦ୍‌ଲୁ କାଲାମ ଆଜାଦ ଖାଁ, ଦୀନବନ୍ଧୁ ମଳିକ, ଦେବେନ୍ଦ୍ର ମହାଳିକ, ରାଜୁ ସେଠୀ, ମନୋରଂଜନ ଦାସ, କୁମୁଦ ମଳିକ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |