ହାଇଭୋଲ୍ଟେଜ ମ୍ୟାଚ ଜିତିଲା ରାଜସ୍ଥାନ

156

କଟକ (ଉତ୍କଳ ନ୍ୟୁଜ) ଆଜି ଏକ ରୋମାଞ୍ଚ କର ମ୍ୟାଚ ଦେଖିବାକୁ ମିଳିଥିଲା ରାଜସ୍ଥାନ ଓ ପଂଜାବ ମଧ୍ୟରେ | ପଂଜାବ ପ୍ରଥମ ବ୍ୟାଟିଂ କରି ଅଧିନାୟକ ଲୋକେଶ ରାହୁଲ ଙ୍କ ଅର୍ଦ୍ଧଶତକ ଓ ମାୟାଙ୍କ ଅଗ୍ରୱାଲ ଙ୍କର ଧୂଆଁଧାର ୧୦୬ରନ ସାହାଯ୍ୟରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ବିରୋଧରେ ୨ ଉଇକେଟ ହରାଇ ୨୨୩ ର ବିଶାଳ ସ୍କୋର ଛିଡା କରିଥିଲା | ଜବାବ ରେ ଏହି ବିଶାଳ ରନ ପିଛା କରି ରାଜସ୍ଥାନ ପ୍ରାରମ୍ଭରୁ ଜୋସ ବଟଲର ଙ୍କ ଵିକେଟ ହରାଇଥିଲା | ମାତ୍ର ଅଧିନାୟକ ଷ୍ଟିଭେନ ସ୍ମିଥ ଓ ସଂଜୁ ସମସନ ଦଳରେ ସ୍ଥିତି ନିୟନ୍ତ୍ରଣ କରିଥିଲେ | ଅର୍ଦ୍ଧଶତକ କରି ପ୍ରଥମ ସ୍ମିଥ ଆଉଟ ହୋଇଥିଲେ ତାପରେ ସଂଜୁ ତାଙ୍କ ର ବିସ୍ଫାରକ ବ୍ୟାଟିଂ ଜାରି ରଖି ଶୋରେ ବୋର୍ଡ ବଢ଼ାଇ ଚାଲିଥିଲେ | ଶେଷରେ ସେ ୧୬ ଓଭରରେ ଆଉଟ ହୋଇଯାଇଥିଲେ | ମାତ୍ର ଏହାପରେ ତେୱାତିଆ ଜୋରଦାର ବ୍ୟାଟିଂ କରିଥିଲେ ସେ କଟ୍ରେଲଙ୍କ ଓଭରରେ ୫ଟି ଛକା ମାରିଥିଲେ | ସେ କିଙ୍ଗସ ପଂଜାବ ହାତରୁ ମ୍ୟାଚ ଛାଡ଼ିଆଣୀଥିଲେ |