୭ ରନ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ

156

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଚେନ୍ନାଇ ଓ ହାଇଦ୍ରାବାଦ ର ଏକ ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦ ଶେଷରେ ୭ ରନ ରେ ବିଜୟୀ ହୋଇଛି | ଅଧିନାୟକ ମେହେନ୍ଦ୍ର ସିଂ ଧୋନି ଅପରାଜିତା ରହିଥିଲେ ବି ଦଳ କୁ ଜିତେଇ ପାରିନଥିଲେ | ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ ଓ ବୋଲିଂ ରେ ଚମତ୍କାର ପ୍ରଦର୍ଶନ କରିଥିଲା | ଟସ ଜିତି ବ୍ୟାଟିଂ କରିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ ପ୍ରଥମ ରୁ ଜନି ବେୟାରଷ୍ଟ ୱିକେଟ ହରାଇଥିଲା ତାପରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟ୍ସମ୍ୟାନ ମଣିଷ ପାଣ୍ଡେ ଡେଭିଡ ୱାର୍ନର ଙ୍କ ମିଶି ସ୍ଥିତି ସୁଧାରିବଙ୍କ ଚେଷ୍ଟା କରିଥିଲେ | ତାପରେ ଦ୍ୱିତୀୟ ୱିକେଟ ର ପତନ ଘଟିଥିଲା ମଣିଷ ପାଣ୍ଡେ ୨୯ ରନ କରିଥିଲେ | ଏହାପରେ ମଝି ମଝି ରେ ୱିକେଟ ର ପତନ ଘଟିଚାଲିଥିଲା | ହେଲେ ଗର୍ଗ ଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ୧୬୪ ର୍ନ ସଂଗ୍ରହ କରିଥିଲା | ଜବାବ ରେ ୧୬୫ ରନ ବିଜୟ ଲକ୍ଷ ରେ ପିଛା କରି ଚେନ୍ନାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା | ଦଳ ମାତ୍ର ୪୨ ରନ ମଧ୍ୟରେ ୪ଟି ୱିକେଟ ହରାଇଥିଲା | ଦଳ ପକ୍ଷରୁ ୱାଟସନ(୧) , ଡୁପ୍ଲେସି (୨୨) , ରାୟୁଡୁ(୮) ଓ କେଦାର (୩) ରନ କରିଥିଲେ | ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ରବୀନ୍ଦ୍ର ଜାଡେଜା ମିଶି ସ୍ଥିତି ସୁଧାରିବାକୁ ଚେଷ୍ଟା କର୍ତ୍ତାଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ | ଜାଡେଜା ଲଢୁଆ ଅର୍ଦ୍ଧଶତକ ପୂରଣ କରିଥିଲେ | ଧୋନି ଅପରାଜିତା ରହି ମାତ୍ର ୪୭ ରଣନ ସଂଗ୍ରହ କରିଥିଲେ |