ବାଙ୍ଗାଲୋର ର ୫ ମ ବିଜୟ, କୋଲକାତା କୁ ୮୨ ରନ ରେ ହରାଇଲା

114

କଟକ (ଉତ୍କଳ ନ୍ୟୁଜ) ଚମତ୍କାର ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ସହଜ ବିଜୟ ହାସଲ କରିଛି | ଶାରଜା ରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ ରେ କୋଲକାତା କୁ ୮୨ ରନ ରେ ପରାଜୟ କରି ଏକ ବୃହତ ବିଜୟ ହାସଲ କରିଛି ଆରସିବି | ଆରସିବି ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା | ଦଳ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା | ଓପନର ଆରନ ଫିଂଚ ୪୩, ଦେବଦତ୍ତ ପଡ଼ିକାଲ ୩୨ ରନ କରି ଆଉଟ ହୋଇଥିଲେ | ତାପରେ ଅଧିନାୟକ ବିରାଟ କୋହିଲି ୩୩ ଓ ଡିଭିଲିୟର୍ସ ଙ୍କର ଧୂଆଁଧାର ୭୨ ରନ ବଳରେ ଦଳ ୨୦ ଓଭର ରେ ୧୯୪ ବିଶାଳ ଲକ୍ଷ ହାସଲ କରିଥିଲା | ଜବାବ ରେ କୋଲକାତା ପ୍ରାରମ୍ଭିକ ରୁ ୱିକେଟ ହରାଇଥିଲା | ଦଳ ଓପନର ବେଶି ସମୟ ତିଷ୍ଠି ପାରିନଥିଲା | ଦଳ ପକ୍ଷରୁ କେବେଳ ଶୁଭମନ ଗିଲ ୩୪ ସଂଗ୍ରହ କରିଥିଲେ ଆଉ କୋୖଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ | ଆକର୍ଷଣୀୟ ବ୍ୟାଟିଂ ପାଇଁ ଡିଭିଲିୟର୍ସଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବେବେଚିତ କରାଯାଇଥିଲା |