ରୋହିତ ଶର୍ମା ଫିଟ ଅଛନ୍ତି , ୧୪ ରେ ଅଷ୍ଟ୍ରେଲିଆ ଯିବେ

128

କଟକ (ଉତ୍କଳ ନ୍ୟୁଜ) କ୍ରିକେଟ ର ରୋହିତ ଶର୍ମା ଫିଟନେସ କୁ ନେଇ ଚାଲିଥିବା ଚର୍ଚ୍ଚା ର ଅନ୍ତ ଘଟିଛି | ରୋହିତ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି | ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବ ରୁ ସେଠାରେ ଉପସ୍ଥିତ ରହିବେ | ଆହତ ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜ ରୁ ବଂଚିତ ହୋଇଥିବା ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି | ଏବେ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଓ ୪ର୍ଥ ଟେଷ୍ଟ ଖେଳିପାରିବେ | ଏଥିପାଇଁ ସେ ୧୪ ତାରିଖରେ ସ୍ୱତନ୍ତ୍ର ବିମାନ ରେ ଅଷ୍ଟ୍ରେଲିଆ କୁ ଯିବେ | ସେ ସେଠାରେ ୧୪ ଦିନ କ୍ୱାରେଣ୍ଟାଇନ ରେ ରହିବେ |