ଧାମନଗର ହାଲଚାଲ, ତିହିଡି ବ୍ଲକର ୧୩ ପଞ୍ଚାୟତ ନେବ ନିର୍ଣ୍ଣାୟକ ଭୂମିକା |

112

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୪ ; ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସଂପ୍ରତି ବେଶ ଚର୍ଚ୍ଚାରେ । ଧାମନଗର ବ୍ଲକର ୩୧ପଞ୍ଚାୟତ ସମେତ ୧୧ଟି ୱାର୍ଡ ବିଶିଷ୍ଟ ପୌରାଞ୍ଚଳ ଏବଂ ତିହିଡି ବ୍ଲକର ୧୩ ପଞ୍ଚାୟତକୁ ନେଇ ଗଠିତ ଧାମନଗର ନିର୍ବାଚନ ମଣ୍ଡଳୀ । ୨୦୧୯ ନିର୍ବାଚନ ଏବଂ ୨୦୨୨ ଉପନିର୍ବାଚନରେ ଏହି ଆସନଟି ବିଜେପି ଦଖଲରେ ରହିଥିଲା ଏବଂ ଚଳିତ ନିର୍ବାଚନରେ ବିଜେପି ମଧ୍ୟ ପୁଣି ମାଷ୍ଟର ଗେମ ଖେଳି ହାତେଇବାକୁ ଉଦ୍ୟମ ଜାରି ରଖିଛି । ଯୁବ ବିଧାୟକ ତଥା ପ୍ରାକ୍ତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ବେଶ ଦବଦବା ଜାହିର କରି ଆସୁଛନ୍ତି । ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଭୋଟ ହାରରେ ବିଜୟ ହାସଲ କରିବା ଲକ୍ଷ୍ୟରେ ପ୍ରଚାର ପ୍ରସାର ଚଳେଇ ଆସୁଛନ୍ତି । ସେପଟେ ବିଜେଡି ଦୁଇ ଦୁଇଥର ପରାଜୟ ବରଣ କରିବା ପରେ ଜଣେ ଚିହ୍ନା ତଥା ସୁପରିଚିତ ମୁହଁକୁ ମୈଦାନରେ ଛାଡିଛି ବିଜେଡ । ଡାକ୍ତର ସଞ୍ଜୟ ଦାସ, ମୂଳବାସିିନ୍ଦା କାଁପଡା ସେ ଏବେ ବିଜେଡି ଟିକେଟ୍ ହାତେଇ ଦଳବଳ ନେଇ ରଣାଙ୍ଗନରେ ରଣହୁଙ୍କାର ପକାଇଲେଣି । ତେବେ ତାଙ୍କର ହାତବାରିଶୀ ସାଜିଥିବା କେତେକ ନେତା ଓ ନେତ୍ରୀଙ୍କ ଦଳଡିଆଁ ନୀତି ସାମୟିକଭାବେ ବିବାଦ ମଧ୍ୟକୁ ଟାଣି ନେଇଛି । ବିଜେଡିର ଆଗଧାଡିର ନେତା ପୂର୍ବତନ ଚାନ୍ଦବାଲି ବିଧାୟକଙ୍କ ଭାଇ ଅଜୟ ନାୟକ ନିକଟରେ ବିଜେପିରେ ଯୋଗଦାନ କରିଥିବା ବେଳେ ଜଣେ ନାରୀନେତ୍ରୀ ମଧ୍ୟ କିଛିଦିନ ହେବ ବିଜେପି ମୁହାଁ ହୋଇଥିବା ଦାଣ୍ଡରେ ପଡି ହାଟରେ ଗଡୁଛି । ଯଦିଓ କେତେକ କାରଣ ବଶତଃ ସେ ଏଯାବତ ଦଳ ଛାଡି ନାହାଁନ୍ତି ହେଲେ ଦୁଇ ସପ୍ତାହ ହେଲା ସଞ୍ଜୟ ଦାସଙ୍କ ପ୍ରଚାର ମୈଦାନରେ ଆଉ ଦେଖିବାକୁ ମିଳୁ ନାହାଁନ୍ତି । ତେବେ ସେ ଯାହା ହେଉନା କାହିଁକି ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଏବଂ ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଗୋଟି ଚାଳନାରେ ଦଳ ସଂପ୍ରତି ସୁଦୃଢ ହେବାକୁ ଯାଉଛି । ତେବେ ଏହି ନିର୍ବାନରେ ପ୍ରାକ୍ତନ ବିଧାୟକ ବିଜୟ କୁମାର ନାୟକଙ୍କ ପ୍ରମୁୁଖ ସହଯୋଗ ବଳରେ ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ ବାଟ ଫିଟାଇଛି । ଗତ ପଞ୍ଚାୟତ ନିର୍ବାଚନରେ ଏହି ୧୩ ପଞ୍ଚାୟତରେ ୨ଟି ଜିଲ୍ଲା ପରିଷଦ ହାତେଇ ଥିବା ବେଳେ ୪ ହଜାରରୁ ଉର୍ଦ୍ଧ ଭୋଟ ହାର ହାସଲ କରିଥିଲା । ମାତ୍ର ଉପନିର୍ବାଚନରେ ମାଇନସ୍ ଭୋଟ ହୋଇଛି । ଦଳୀୟ କନ୍ଦଳ ଏହାର କାରଣ ହୋଇଥିବା ନେଇ ସମିକ୍ଷା ପରେ ସମିିକ୍ଷା ଚାଲିଥିଲା । ତେବେ ଚଳିତ ନିର୍ବାଚନରେ ବିଜେଡି ଯେପରି ଅଧିକରୁ ଅଧିକ ଭୋଟ ହାର ବୃଦ୍ଧି କରିବ ନେଇ ନେଇ ଚାଲିଛି ବିଚାର ବିମର୍ଷ । ପ୍ରାର୍ଥି ସଞ୍ଜୟ କୁମାର ଦାସ ଜଣେ ନିର୍ବିବାଦୀୟ ନେତା । ରକ୍ତ ସଂଗ୍ରହ ଓ ମେଗା ସ୍ୱାସ୍ଥ୍ୟ ଶିବିର ଜରିଆରେ ଦେଢ ବର୍ଷ ହେଲା ସେ ନିର୍ବାଚନ ମଣ୍ଡଳୀରେ ବେଶ ପରିଚିତ । ଏଭଳି ଜଣେ ଦକ୍ଷ ପ୍ରାର୍ଥିଙ୍କୁ ପାଇ ଛାମୁଆ ନେତା ଓ କର୍ମୀ ବେଶ ଖୁସି ଥିବାବେଳେ ଦଳର ସମ୍ମାନ ରକ୍ଷା କରିବା ମଧ୍ୟ ସମସ୍ତଙ୍କ ଦାୟିତ୍ୱ ବୋଲି ଦୋଳସାହିରେ ଆୟୋଜିତ ଏକ କର୍ମୀ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ପ୍ରାର୍ôଥ ଡାକ୍ତର ସଞ୍ଜୟ କୁମାର ଦାସ, ପ୍ରାକ୍ତନ ଚାନ୍ଦବାଲି ବିଧାୟକ ବିଜୟ କୁୁମାର ନାୟକ, ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବରିଷ୍ଠ ନେତା ହରେକୃଷ୍ଣ ଜେନା, ଚିନ୍ତାମଣି ଦାସ, ଆଦିତ୍ୟ ପ୍ରତାପ ଜେନା, ପ୍ରଦୀପ ପଣ୍ଡା, ମାନସ ପାଠୀ, ଅମର ମଳିକ, ନିଳମଣି ସାହୁ, ତାପସ ପାଠୀ, ସୁଧନ୍ୱା ନାୟକ, ବାପି ମଲ୍ଲିକ, ଜଖନ ସାହୁ, ଗଣେଶ ବିଶ୍ୱାଳ, ଜୟଶ୍ରୀ ବେହେରା, ଲକ୍ଷ୍ମୀକାନ୍ତ ମହାପାତ୍ର, ଭାଗିରଥି ମଳିକ, ପ୍ରଫୁଲ ଦାସ, ଶଶିକାନ୍ତ ସାମଲ, ବିଷ୍ଣୁମୋହଲ ପଲେଇ, ଜୟକୃଷ୍ଣ ମଲ୍ଲିକ, ଭୀମସେନ ବାରିକ, ଜଗତ ମଳିକ, ଶରତ ଦାସ, କମଳା ଦାସ ଓ ଅନିଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୪ ନିର୍ବାଚନରେ ଏହି ୧୩ ପଞ୍ଚାୟତ ଲିଡ୍ ଦେଇଥିଲା ଯାହା ଫଳରେ ମୁକ୍ତିକାନ୍ତ ମଣ୍ଡଳ ଆସନ ହାତେଇଥିଲେ । ଚଳିତ ନିର୍ବାଚନରେ ଯେପରି ୧୦ ହଜାର ଭୋଟ୍ ଲିଡ୍ ଦେବ ସେନେଇ ଏବେଠାରୁ ଖସଡା ପ୍ରସ୍ତୁତ ହେଉଛି ଏବଂ ଦଳୀୟ ପ୍ରାର୍ଥି ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ବିଧାୟକଭାବେ ନିର୍ବାଚିତ କରିବାକୁ ଉପସ୍ଥିତ ନେତାମାନେ ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |