ଚାନ୍ଦବାଲି ମେଡିକାଲକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ |

101

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଆଜି ଅଚାନକ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଖୋଦ୍ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଅନୁପସ୍ଥିତ ଥିବା ଜଣାଯାଇଛି । ତେବେ ଅନ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳ ଫେରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନାରୁ ଯାହା ଜଣାଯାଏ, ଆଜି ମେଡିକାଲରେ ପହଁଞ୍ôଚ ଗମ୍ଭୀର ପରିସ୍ଥିତିକୁ ଦେଖିଥିଲେ ଜିଲ୍ଲାପାଳ । ଚାରିଆଡ଼େ ବୁଲି ପରିସ୍ଥିତି ଅନୁଧ୍ୟାନ କଲେ । ଆଉଟ୍ ଡୋର୍‌ରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ମାତ୍ର ଅଛନ୍ତି ଜଣେ ଡାକ୍ତର । ଆଉ ନାହାଁନ୍ତି ଭାରପ୍ରାପ୍ତ ମେଡିକାଲ ଅଧିକାରୀ । ଡ୍ୟୁଟିରେ ଥିବା ଡ଼ାକ୍ତରଙ୍କ ସହିତ ଆଲେଚନା କଲେ ଏବଂ ଭାରପ୍ରାପ୍ତ ମେଡିକାଲ ଅଧିକାରୀଙ୍କ ସହ ଫୋନ୍ କରି କଥା ହେବା ପାଇଁ ନିର୍ଦ୍ଦେଶ ଦେଇ ଫେରିଗଲେ । ଜିଲ୍ଲାପାଳଙ୍କ ସହିତ ଚାନ୍ଦବାଲି ବିଡ଼ିଓ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଜିଲ୍ଲାପାଳଙ୍କ ଆଜିର ଏପରି ଅଚାନକ ପରିଦର୍ଶନ ବା ସ-ର୍ପ୍ରାଇଜ୍ ଭିଜିଟ୍ ପରେ ଆଉଟ୍ ଡୋର୍ ରୋଗୀଙ୍କୁ ଟିକେ ଆଶ୍ୱସ୍ଥି ମିଳିବ ବୋଲି ଆଶା କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |