ଆଇପିଏଲ-୧୩ ସଂସ୍କରଣ ଆୟୋଜନ ପାଇଁ କେନ୍ଦ୍ରରୁ ମିଳିଲା ଅନୁମତି

151

କଟକ (ଉତ୍କଳ ନିଉଜ଼) ଆଇପିଏଲପ୍ରେମୀଙ୍କ ପାଇଁ ଖୁସିର ଖବର, ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଯେଉଁ କଥାକୁ ଅପେକ୍ଷା ରହିଥିଲା ତାହାର ଅନ୍ତ ଘଟିଛି | ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ଘୋଷଣା ଅନୁସାରେ, ୟୁଏଇରେ ଆଇପିଏଲ ଆୟୋଜନକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି | ସରକାରଙ୍କ ଲିଖିତ ଅନୁମତି ପତ୍ର ବିସିସିଆଇର ହସ୍ତଗତ ହୋଇଛି | ଆଇପିଏଲ ନଭେମ୍ବର ୧୯ ରୁ ଆରମ୍ଭ ହେବ |