ଷ୍ଟାର ଫୁଟବଲ ଖେଳାଳି ନେୟମାରଙ୍କୁ କରୋନା

132

କଟକ (ଉତ୍କଳ ନିଉଜ଼) ଫ୍ରାନ୍ସ ର କ୍ଲବ ପ୍ୟାରିସ ସେଣ୍ଟ ଜର୍ମେନ ର ଷ୍ଟାର ଖେଳାଳି ନେୟମାର କରୋନା ପଜିଟିଭ ଥିବା ଜଣାପଡିଛି | ତାଙ୍କ ସହ ଆଉ ୩ଜଣ ଖେଳାଳି ମଧ୍ୟ କରୋନା ଭାଇରସ ରେ ସଂକ୍ରମିତ ହୋଇଛନ୍ତି | ଅନ୍ୟ ଦୁଇ ଜଣ ହେଲେ ଆର୍ଜେଣ୍ଟିନା ଖେଳାଳି ଆଞ୍ଜେଲ ଡି ମାରିୟା ଓ ଲିଆନ୍ଦ୍ର ପାରାଡ଼ିସ | ଫ୍ରାନ୍ସ ର ଏକ ଗଣମାଧ୍ୟମ ରେ ଏହି ସୂଚନା ଦିଆଯାଇଥିଲା |