ପ୍ରଥମ ଦିନିକିଆ ରେ ଭାରତ ବିଜୟ

128

କଟକ (ଉତ୍କଳ ନ୍ୟୁଜ) ୨୪-୦୩-୨୦୨୧ : ପ୍ରଥମ ଦିନିକିଆ ରେ ବିଜୟ ସହ ଆରମ୍ଭ କରିଛି ଭାରତ | ଦୁଇ ଡେବ୍ୟୁଟାଣ୍ଟ କୄନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଙ୍କ ଚମତ୍କାର ପ୍ରଦର୍ଶନ ଓ ସ୍ରାଧୁଲ ଠାକୁର ଙ୍କ ଗୋଟିଏ ଓଭରରେ ୨ ଟି ୱିକେଟ ନେବା ଯୋଗୁଁ ଟିମ ଇଣ୍ଡିଆ ପ୍ରଥମ ଦିନିକିଆ ରେ ଇଂଲଣ୍ଡ କୁ ୬୬ ରନ ରେ ପରାସ୍ତ କରିଛି | ଭାରତ ପ୍ରଥମ ବ୍ୟାଟିଂ କରି ୫ ୱିକେଟ ହରାଇ ୩୧୭ ରନ କରିଥିଲା | ଏହାର ଜବାବ ରେ ଇଂଲଣ୍ଡ ୪୧.୧ ଓଭରରେ ସମସ୍ତ ୱିକେଟ ହରାଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା |