କୋଲକାତା ନାଇଟ ରାଇଡ଼ର୍ସ ର ପ୍ରଥମ ବିଜୟ

153

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଇଣ୍ଡିଆନ ପରିମିୟର ଲିଗ ର ଅଷ୍ଟମ ମ୍ୟାଚରେ କୋଲକାତା ର ଆକର୍ଷଣୀୟ ବୋଲିଂ ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା | ହାଇଦ୍ରାବାଦ ଦଳ ପକ୍ଷରୁ ମନିଷ ପାଣ୍ଡେ ଙ୍କ ଅର୍ଦ୍ଧଶତକୀୟ ଇନିଂସ ୫୧ ର୍ନ ସହାୟତରେ ନିର୍ଦ୍ଧାରିତ ଓଭରରେ ୪ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା | ଦଳ ପକ୍ଷରୁ ଡେଭିଡ ୱାର୍ନର ୩୦ ରନ ଓ ରିଦ୍ଧିମାନ ସାହା ୩୦ ରନ ର ଇନିଂସ ଖେଳିଥିଲେ | ଜବାବ ରେ କୋଲକାତା ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟ ର ସମ୍ମୁଖୀନ ହୋଇଥିଲା | ସୁନୀଲ ନାରାୟଣ ପ୍ରଥମ ଆଉଟ ହୋଇଥିଲେ | ତାପରେ ନୀତିଶ ରାଣ କିଛି ରନ ସଂଗ୍ରହ କରିଥିଲେ ତାପରେ ସେ ମଧ୍ୟ ଆଉଟ ହିଅଯାଇଥିଲେ | ତାପରେ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଓ ମୋରଗନ ଆଉ କୋୖଣସି ଉଇକେଟ ନହରାଇ ଲକ୍ଷ ସ୍ଥଳ ରେ ପହଁଚିଯାଇଥିଲେ | ଗିଲ ୭୦ ରନ କରିଥିବା ବେଳେ ମୋରଗନ ୪୨ ରନ କରି ଅପରାଜିତା ରହିଥିଲେ |