୩୭ତମ ଜାତୀୟ ସିନିୟର ମହିଳା ସିପାକ୍‌ଟାକ୍ରୋ ଖେଳରେ ଚାନ୍ଦବାଲିରୁ ୩ ଜଣ ମନୋନୀତ |

148

କଟକ (ଉତ୍କଳ ନ୍ୟୁଜ ) ୬-୧୦-୨୦୨୩ : ସିପାକ୍‌ଟାକ୍ରୋ ଖେଳରେ ଓଡିଶା ତଥା ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୩ ଜଣ ଖେଳାଳୀ । ୩୭ତମ ଜାତୀୟ ଖେଳ ସିନିୟର ମହିଳା ସିପାକ୍‌ଟାକ୍ରା ଦଳ ପାଇଁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଖେଳ ପାଇଁ ରୂପାଲୀ ସାହୁ, ଗାୟତ୍ରୀ ସାହୁ ଓ ସଂଗିତା ଗିରି ମନୋନୀତ ହୋଇଥିବା ସୂଚନା ମିଳିଛି । ଏହି ଖେଳ ଚଳିତ ମାସ ୩୦ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ଠାରୁ ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର କଳିଙ୍ଗ ଷାଡିୟମରେ ସେମାନଙ୍କୁ ଅଭ୍ୟାସ କୋଚିଂ କ୍ୟାମ୍ପରେ ସାମିଲ ହେବାକୁ ଯାତ୍ରା କରିଛନ୍ତି । ଏନେଇ ଚାନ୍ଦବାଲିରେ ସ୍ପୋର୍ଟ ଏକାଡ଼େମୀ ପକ୍ଷରୁ ଶୁକ୍ରବାର ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସେହି ୩ ଜଣ ଚାନ୍ଦବାଲିର ଖେଳାଳୀଙ୍କର କୋଚ୍ ହେଉଛନ୍ତି ଚାନ୍ଦବାଲିର ଗର୍ବ ଓ ଗୌରବ ତଥା ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକ । ମନୋନୀତ ହୋଇଥିବା ଖେଳାଳୀମାନେ ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାଲିମ୍ ନେଉଥିଲେ । ଏନେଇ ଚାନ୍ଦବାଲିରେ ଖୁସିର ଲହରୀ ଖେଳି ଯାଇଛି । ଏଠାରେ ସୂଚନା ଥାଉକି, ସିପକଟାକ୍ରୋ ଖେଳରେ ଓଡିଶାର ପ୍ରଥମ କରି ଜୁନିଅର ବିଭାଗର ଲକ୍ଷ୍ମୀପ୍ରିୟା ନାୟକ ୨୦୧୦ ମସିହାରେ ଭାରତୀୟ ଦଳରେ ମନୋନୀତ ହୋଇ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସେହିପରି ୨୦୧୭ ମସିହାରେ ମାମୁନି ମହତା ମଧ୍ୟ ଭାରତୀୟ ଦଳରେ ଖେଳିଥିଲେ । ସେହିପରି ଫୁଟବଲରେ ମଧ୍ୟ ୨୦୧୭ ମସିହାରେ ସୁକାନ୍ତି ରାଉଳ ଭାରତୀୟ ଦଳରେ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଏହି ଚାନ୍ଦବାଲି ଅଞ୍ଚଳର । ସିପକଟାକ୍ରୋ ଖେଳରେ ଚାନ୍ଦବାଲିରୁ ଖେଳାଳୀମାନେ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଖେଳାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରୁ ସମସ୍ତ ଖେଳାଳୀମାନଙ୍କୁ ଗତ ତା ୧୫-୩-୨୧ରିଖରେ ତଡି ଦିଆଯାଇଛି । ଯାହାକୁ ନେଇ କୋଚ୍ ଲକ୍ଷ୍ମୀପ୍ରିୟା ନାୟକ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବା ଜଣାଯାଇଛି ତେବେ ସେ ଯାହା ହେଉନା କାହିଁକିଁ ଏହି ଖେଳାଳୀମାନେ କେବଳ ଚାନ୍ଦବାଲି ନୁହେଁ ବରଂ ଭାରତରେ ଗର୍ବ ଓ ଗୌରବ । ସିପକଟାକ୍ରୋ ସଂଘର ଜିଲ୍ଲା ସମ୍ପାଦକ ଆଇନ୍‌ଜୀବି ପ୍ରଭାଶ ରଞ୍ଜନ ମହାନ୍ତି, ଆଇନ୍‌ଜୀବି ତ୍ରିଲୋଚନ ଦାଶ, ରାଜନାରାୟଣ ନାୟକ, ଆଲୋକ ଦାସ, ପ୍ରବୀର ପ୍ରଧାନ, ଆନ୍ତର୍ଜାତୀୟ ଖେଳାଳୀ ତଥା କୋଚ୍ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଏହି ପ୍ରତିଭାମାନଙ୍କର ଉତ୍ତୋରୋତ୍ତର କାମନା କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।