ସୁପର ଓଭରରେ ବାଜି ମାରିଲା ବାଙ୍ଗାଲୁରୁ

155

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଖେଳାଯାଉଥିବା ଆଇପିଏଲ ର ଦଶମ ମ୍ୟାଚରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମୁମ୍ବାଇ ଇଂଡିଆନ୍ସ କୁ ପରାସ୍ତ କରିଛି | ଏହି ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୁରୁ ଦଳ ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ସମ୍ମୁଖରେ ୨୦୧ ରନ ବିଶାଳ ସ୍କୋର କରିଥହୀଲା | ଦଳ ପକ୍ଷରୁ ଅପରାଜିତା ଏବି ଡିଭିଲିୟର୍ସଙ୍କ ବିସ୍ଫାରକ ୫୫ରଣ ୦ ଆରୋନ ଫିଂଚ ଙ୍କ ୫୨ ରନ ଓ ଯୁବ ତାରକା ଦେବଦୁତ୍ତ ପାଡିକଲ ଙ୍କ ୫୪ ସହାୟତରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨୦୧ ରନ ଛିଡା କରିଥିଲା | ଜବାବ ରେ ମୁମ୍ବାଇ ଉପରେ ଆରସିବି ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିଲେ ହେଁ ଈଶାନ କିସାନ ଓ କିରଣ ପୋଲର୍ଡ଼ ପୁଣି ମ୍ୟାଚ କୁ ବଦଳାଇଦେଇଥିଲେ | ପ୍ରଥମ ରୁ ରୋହିତ ଶର୍ମା ୮, କ୍ବିଣ୍ଟାନ ଡି କକ ୧୪, ସୂର୍ଯ୍ୟ କୁମାର ଯାଦବ ୦ ଓ ହାର୍ଦିକ ପାଣ୍ଡ୍ୟା ୧୫ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ | ଈଶାନ କିସାନ ୯୯ ଓ ପୋଲାର୍ଡ ର ବିସ୍ଫାରକ ୬୦ ରନ ବାଳ ରେ ମ୍ୟାଚ ଟି ଟାଇ ଭାବେ ସେହସ ହୋଇଥିଲା | ଏହାପରେ ଆରମ୍ଭ ହୋଇଥିଲା ସୁପର ଓଭର | ସୁପର ଓଭର ମୁବାଇ ବ୍ୟାଟ୍ସମ୍ୟାନ ଜମାରୁ ୭ ରନ ସଂଗ୍ରହ କରିଥିଲେ | ବେଙ୍ଗାଲୁରୁ ପକ୍ଷରୁ ସାଇନି ଆକର୍ଷଣୀୟ ବୋଲିଂ କରିଥିଲେ | ତାପରେ ଆରସିବି ପକ୍ଷରୁ ଆସିଥିବା ବିରାଟ ଓ ଡିଭିଲିୟର୍ସ ଏହି ରନ ର ଲକ୍ଷ ସ୍ଥଳରେ ପହଂଚି ବିଜୟ ହାସଲ କରିଥିଲେ |