ମୁମ୍ବାଇ ଇଣ୍ଡିଆନ୍ସ ର ଆଉ ଏକ ସହଜ ବିଜୟ

139

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ମ୍ୟାଚ ରେ ମୁମ୍ବାଇ ଖୁବ ସହଜ ରେ କୋଲକାତା କୁ ୮ ୱିକେଟ ରେ ପରାସ୍ତ କରିଛି | ୮ ଟି ମ୍ୟାଚ ରୁ ଷଷ୍ଠ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି | ଆଜି ଅନୁଷ୍ଠିତ ଏକ ମ୍ୟାଚରେ ଦଳ ଗତ ପ୍ରଦର୍ଶନ କରି ମୁମ୍ବାଇ ୮ ୱିକେଟ ରେ କୋଲକାତା କୁ ପରାସ୍ତ କରିଛି | ଏହି ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି କୋଲକାତା ୫ ୱିକେଟ ବିନିମୟ ରେ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା | ଏହାର ଜବାବ ରେ ମୁମ୍ବାଇ ଇଣ୍ଡିଆନ୍ସ ୧୬.୫ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା | ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ ଖେଳିଥିବା କ୍ୱିନ୍ଟନ ଡି କୋକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲା |