ଏଫସି ଗୋଆ ଓ ବାଙ୍ଗାଲୁରୁ ଏଫସି ୨-୨ ଗୋଲ ରେ ମ୍ୟାଚ ଡ୍ର ରହିଛି |

125

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆରମ୍ଭ ହୋଇଥିବା ଇଣ୍ଡିଅନ୍ସ ସୁପର ଲିଗ ଫୁଟବଲ ଟୁର୍ନାମେଣ୍ଟ ର ଦ୍ୱିତୀୟ ମ୍ୟାଚ ବାଙ୍ଗାଲୁରୁ ଏଫସି ଓ ଏଫସି ଗୋଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ ଟି ୨-୨ ଗାଲରେ ଡ୍ର ରହିଛି | ପ୍ରଥମ ଭାଗରୁ ବାଙ୍ଗାଲୁରୁ ପ୍ରଭାବ ବିସ୍ତାର କରିଚାଲିଥିଲେ ହେଲେ ଅନ୍ତିମ ଭାଗରେ ଏଫସି ଗୋଆ ର ଷ୍ଟାର ଖେଳାଳି ଇଗୋର ଏଙ୍ଗୁଲୋ ଙ୍କ ଡବଲ ଗୋଲ ବଳରେ ଘରୋଇ ଗୋଆ ଦଳ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଥିଲା |