ହାଇଦ୍ରାବାଦ ଦଳ ର ପ୍ରଥମ ବିଜୟ

136

କଟକ (ଉତ୍କଳ ନ୍ୟୁଜ) ଚଳିତ ସିଜିନରେ କ୍ରମାଗତ ଦୁଇଟି ପରାଜୟ ପରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ବିଜୟୀ ହୋଇଛି | ଏଥିସହ ହାଇଦ୍ରାବାଦ ଆଇପିଏଲ ରେ ନିଜର ବିଜୟୀ ଅଭିଯାନ ଆରମ୍ଭ କରିଛି | ହାଇଦ୍ରାବାଦ ପ୍ରଥମ ବ୍ୟାଟିଂ କରି ଜନି ବେଆରଷ୍ଟଙ୍କ ଅର୍ଦ୍ଧଶତକ ବଳରେ ୪ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା | ଜବାବରେ ଦିଲ୍ଲୀ କ୍ୟାପିଟାଲସ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ନିର୍ଧାରିତ ଓଭରରେ ୭ ଉଇକେଟ ହରାଇ ୧୪୭ ରନ ର କରିବାକୁ ସକ୍ଷମ ହୋଇଥିଲେ | ୪ ଓଭରରେ ୧୪ ରନ ଦେଇ ୩ ଟି ଉଇକେଟ ଅକ୍ତିଆର କରିଥିବା ସ୍ପିନର ରସିଦ ଖାନ କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା |