ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

107

କଟକ (ଉତ୍କଳ ନ୍ୟୁଜ) ପ୍ରଥମ ଉଦ୍ଘାଟିନ ମ୍ୟାଚରେ ପରାଜୟ ହୋଇଥିବା ଡ଼ିଫେଣ୍ଡିଙ୍ଗ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଆଜି କୋଲକତା ନାଇଟ ରାଇଡ଼ର୍ସ କୁ ୪୯ ରନ ରେ ପରାସ୍ତ କରିଛି | ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଙ୍କ ଅର୍ଦ୍ଧଶତକ ବଳରେ ୫ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା | ଜବାବରେ କେକେଆର ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇ ୯ ଉଇକେଟ ହରାଇ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା | ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ରୋହିତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |