ରାଜସ୍ଥାନ ରୋୟାଲସ ର ରୋମାଞ୍ଚକର ବିଜୟ : ଆଇପିଏଲ

122

କଟକ (ଉତ୍କଳ ନ୍ୟୁଜ) ୧୬-୦୪-୨୦୨୧ : ଚଳିତ ବର୍ଷ ଆଇପିଏଲ ର ଏକ ମ୍ୟାଚ ରେ ରାଜସ୍ଥାନ ରୋୟାଲସ ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧ ରେ ଦମଦର ବିଜୟ ହାସଲ କରିଛି | ଏହି ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ ନିର୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୪୭ ରନ ସଂଗ୍ରହ କରିଥିଲା | ଦିଲ୍ଲୀ ପକ୍ଷରୁ ଅଧିନାୟକ ଋଷଭ ପନ୍ତ ସର୍ବାଧିକ ୫୧ ରନ କରିଥିଲେ | ଏହି ଲକ୍ଷ କୁ ପିଛା କରି ରାଜସ୍ଥାନ ପ୍ରଥମ ରୁ ୱିକେଟ ହରାଇଥିଲା | ଫଳ ରେ ମ୍ୟାଚ ଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିଲା କ୍ରିସ ମୋରିସ ଙ୍କ ବିସ୍ଫାରକ ବ୍ୟାଟିଂ ବଳ ରେ ରାଜସ୍ଥାନ ୭ ୱିକେଟ ହରାଇ ଏହି ଲକ୍ଷ କୁ ହାସଲ କରିଥିଲା |