ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ ଡ୍ର

140

କଟକ (ଉତ୍କଳ ନିଉଜ଼) ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଟି ବର୍ଷା ବାଧାପ୍ରାପ୍ତ ହୋଇ ଡ୍ର ରେ ଶେଷ ହୋଇଛି | ବର୍ଷା ପାଇଁ ତୃତୀୟ ଦିବସ ଖେଳ ସମ୍ପୂର୍ଣ ବାତିଲ ହୋଇଥିବାବେଳେ , ଚତୁର୍ଥ ଦିବସ ରେ ୫ଓଭର ଖେଳ ସମ୍ଭବ ହୋଇଥିଲା | ଅନ୍ତିମ ଦିବସ ରେ ଇଂଲଣ୍ଡ ଅସମାପ୍ତ ପ୍ରଥମ ଇନିଂସ ୧/୭ ରନ୍ରୁ ଖେଳ ଆରମ୍ଭ କରି ୪୩.୧ ଓଭର ଶେଷ ସୁଦ୍ଧା ୪ ଉଇକେଟ ହରାଇ ୧୧୦ ରନ କରିଥିବା ବେଳେ ଦିବସର ଖେଳ ସମାପ୍ତ ହୋଇଥିଲା | ଦଳ ପକ୍ଷରୁ ଡ଼ମ ସିବଲ ୩୨, ଜାକ କ୍ରାଓଲି ୫୩ ରନ କରିଥିଲେ | ପାକିସ୍ତାନ ପକ୍ଷରୁ ମହମଦ ଅବାସ୨ଟି, ସାହିନ ଆଫ୍ରିଦି ଓ ୟାସିର ଶାହା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ |