ଟେଷ୍ଟ କ୍ରିକେଟ ରୁ ଅବସର ନେଲେ ଫାଫ ଡୁ ପ୍ଳିସି

150

କଟକ (ଉତ୍କଳ ନ୍ୟୁଜ) ୧୮-୦୨-୨୦୨୧ : ଟେଷ୍ଟ କ୍ରିକେଟ ରୁ ବିଦାୟ ନେଲେ ଦକ୍ଷିଣ ଆଫ୍ରିକା ର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଳିସି | ପାକିସ୍ତାନ ବିରୋଧ ରେ ୨ ଟି ଟେଷ୍ଟ ମ୍ୟାଚ ର ସିରିଜ ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ଅବସର ଘୋଷଣା କରିଛନ୍ତି | ଡୁ ପ୍ଳିସି ଟେଷ୍ଟ କ୍ରିକେଟ ରୁ ଅବସର ନେବାପରେ ବେ ଫାକସ ରେ ଦିନିକିଆ ଓ ଟି ଟ୍ୱେ ନଟି | ବିଶେଷ କରି ଆଗାମୀ ଦିନ ରେ ହେବାକୁ ଥିବା ୨୦୨୧,୨୦୧୨, ଟି -୨୦ ବିଶ୍ୱକପ, କୁ ଦୃଷ୍ଟି ରେ ଏହି ପରି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି | ଡୁ ପ୍ଳିସି ଦକ୍ଷିଣ ଆଫ୍ରିକା ପାଇଁ ୬୯ ଟି ଟେଷ୍ଟ ମ୍ୟାଚ ଖେଳି ୪୦ ପ୍ରତିଶତ ହାରରେ ୪,୧୬୩ ରନ ସଂଗ୍ରହ କରିଛନ୍ତି ସେଥିରେ ୧୦ ଶତକଓ ୨୧ ଅର୍ଦ୍ଧଶତକ ସାମିଲ ଅଛି |