ଗୋଟିଏ ମ୍ୟାଚ ରେ ଦୁଇଟି ସୁପର ଓଭର , ଜିତିଲା କିଙ୍ଗସ ଏକାଦଶ ପଞ୍ଜାଵ

145

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ରେ ଗୋଟିଏ ମ୍ୟାଚ ରେ ଦୁଇ ଦୁଇଟି ସୁପର ଓଭର ରେ ଜିତିଲା କିଙ୍ଗସ ଏକାଦଶ ପଞ୍ଜାଵ | ଡ଼ିଫେଣ୍ଡିଙ୍ଗ ଚମ୍ପିୟାନ ମୁମ୍ବାଇ କୁ ଅବିଶ୍ୱାସନୀୟ ଭାବରେ ପରାସ୍ତ କରିଛି ପଞ୍ଜାଵ | ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୬ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲେ | ଜବାବ ରେ କିଙ୍ଗସ ପଂଜାବ ମଧ୍ୟ ୬ ୱିକେଟ ବିନିମୟ ରେ ୧୭୬ ରନ କରିଥିଲା | ଏହାପରେ ସୁପର ଓଭର ଖେଳାଯାଇଥିଲା | ପ୍ରଥମ ସୁପର ଓଭର ମଧ୍ୟ ଟାଇ ରହିଥିଲା | ଏହି ଓଭର ପ୍ରଥମ ବ୍ୟାଟିଂ କରି ପଂଜାବ ୫ ରନ କରିଥିଲା | ଜବାବ ରେ ମୁମ୍ବାଇ ମଧ୍ୟ ୫ ରନ କରିଥିଲା | ତାପରେ ଖେଳାଯାଇଥିଲା ଦ୍ୱିତୀୟ ସୁପର ଓଭର | ଏହି ସୁପର ଓଭର ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୧୧ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ପଂଜାବ ୪ ଟି ବୋଲ ଏହି ଲକ୍ଷ କୁ ହାସଲ କରିଥିଲା |