ଦିଲ୍ଲୀ କ୍ୟାପିଟାଲସ ଫାଇନାଲ ରେ

131

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇପିଏଲ ଇତିହାସ ରେ ପ୍ରଥମ ଥର ଫାଇନାଲ ରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲସ | ଆଜି ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲା ରେ ଦିଲ୍ଲୀ କ୍ୟାପିଟାଲସ ୧୭ ରନ ରେ ହାଇଦ୍ରାବାଦ କୁ ପରସ୍ତ କରିଛି | ଏହି ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ ୩ ୱିକେଟ ବିନିମୟ ରେ ୧୮୯ ରନ ସଂଗ୍ରହ କରିଥିଲା | ଦଳ ପକ୍ଷରୁ ଧାୱନ ୭୮ ରନ କରିଥିଲେ | ଏହାର ଜବାବ ରେ ହାଇଦ୍ରାବାଦ ୮ ୱିକେଟ ହରାଇ ୧୭୨ ରନ କରିବାକୁ ସମର୍ଥ ହୋଇଥିଲା | ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମାର୍କୋସ ଷ୍ଟଇନିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |