ନାଇଟ ରାଇଡ଼ର୍ସ ୩୭ ରନ ରେ ବିଜୟୀ

137

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଆଇପିଏଲ ର ୧୨ ତମ ମ୍ୟାଚରେ ରାଜସ୍ଥାନ ରୟାଲସ ର ବିଜୟ ଧାରାକୁ ବ୍ରେକ ଲଗାଇଛି କୋଲକାତା ନାଇଟ ରାଇଡ଼ର୍ସ | ଆଜି ଅନୁଷ୍ଠିତ ମ୍ୟାଚ ରେ ନାଇଟ ରାଇଡ଼ର୍ସ ୩୭ ରନ୍ରେ ରାଜସ୍ଥାନ କୁ ପରାସ୍ତ କରିଛି | ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି କୋଲକାତା ଦଳ ୬ ଉଇକେଟ ହରାଇ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା | ଇଅନ ମୋରଗନ ଅପରାଜିତା ୩୪ ରନ ଓ ଶୁଭମ ଗିଲ ର ୪୭ ସହାୟତରେ ଏହି ଚ୍ୟାଲେଞ୍ଜିଙ୍ଗ ସ୍କୋର ଅକ୍ତିଆର କରିଥିଲା କୋଲକାତା | ଏହାର ଜବାବରେ ରାଜସ୍ଥାନ ଦଳ ପ୍ରଥମ ରୁ ବ୍ୟାଟିଂ ବିପର୍ଯ୍ୟ ର ସମ୍ମୁଖୀନ ହୋଇଥିଲା ଦଳ ପକ୍ଷରୁ କେବେଳ ଟମ କୁରାନ ଲଢୁଆ ୫୪ ରନ ସଂଗ୍ରହ କରିଥିଲେ | ହେଲେ ଆଉ କିଏ ଶ୍ରୀଭଳି ପ୍ରଦର୍ଶନ କରିନଥିଲେ | ଦଳ ୯ ଉଇକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା | ସିଭମ ମାଭି ଫ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |