ଆଇଏସଏଲ-୭ , ଓଡିଶା ଏଫସି ଓ ବାଙ୍ଗାଲୁରୁ ମ୍ୟାଚ ୧-୧ ଗୋଲ ରେ ଡ୍ର

123

କଟକ (ଉତ୍କଳ ନ୍ୟୁଜ) ୨୫-୦୧-୨୦୨୧ : ଚଳିତ ଇଣ୍ଡିଆନ ସୁପର ଲିଗ ରେ ଏକ ମ୍ୟାଚ ରେ ଓଡିଶା ଏଫସି ଓ ବାଙ୍ଗାଲୁରୁ ଏଫସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଟି ୧-୧ ଗୋଲ ରେ ଡ୍ର ରହିଛି | ମ୍ୟାଚ ଆରମ୍ଭ ରୁ ଓଡିଶା ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ ହେଁ ଶେଷ କିଛି ମିନିଟ ରେ ଲୟ ହରାଇଥିଲା | ବେଙ୍ଗାଳୁରୁ ଏଫସି ଆହତ ଫାଇଦା ଉଠାଇ ମ୍ୟାଚ ଡ୍ର ରଖିବା ର ସଫଳ ହୋଇଥିଲା | ପଏଣ୍ଟ ତାଲିକା ରେ ଓଡିଶା ଏଫସି ୮ ପଏଣ୍ଟ ସହ ତାଲିକା ରେ ୧୧ ତମ ସ୍ଥାନ ରେ ରହିଛି | ସେହିପରି ବାଙ୍ଗାଲୁରୁ ଦଳ ୧୩ ଟି ମ୍ୟାଚ ରୁ ୧୪ ପଏଣ୍ଟ ହାସଲ କରିଛି |