ଅନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଲେ ପାର୍ଥିବ ପଟେଲ

116

କଟକ (ଉତ୍କଳ ନ୍ୟୁଜ) ଭାରତ ର ୱିକେଟକିପର ତଥା ବାମହାତି ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟ ରୁ ଅବସର ନେଇଛନ୍ତି | ୨୦୦୨ ଅଗଷ୍ଟ ମାସରେ ସେ ନାଟିଙ୍ଗହାମରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୭ ବର୍ଷ ବୟସ ରେ ଟେଷ୍ଟ ପଦାର୍ପଣ ସୁଯୋଗ ପାଇଥିଲେ | ଯାହାକୁ ନେଇ ସେ ବେଶ ଚର୍ଚ୍ଚା ରେ ରହିଥିଲେ | ଅନ୍ତର୍ଜାତୀୟ କ୍ରିକେଟ ରେ ସୁଯୋଗ ପାଉ ନଥିଲେ ବି ପାର୍ଥିବ ଘରୋଇ କ୍ରିକେଟ ଓ ଆଇପିଏଲ ଖେଳି ଆସୁଥିଲେ | ସୋସିଆଲ ମିଡିଆରେ ଏକ ପତ୍ର ଲେଖି ଆଜି ପାର୍ଥିବ ନିଜ ଅବସର ସମ୍ପର୍କ ରେ ସୂଚନା ଦେଇଥିଲେ | ସେ ନିଜର ଅବସର ଘୋଷଣା କରିବା ବିଷୟ ସୂଚନା ଦେବା ସହ ଦୀର୍ଘ ୧୮ ବର୍ଷ ର ଯାତ୍ରା ପାଇଁ ସେ ବିସିସିଆଇ ସମେତ ବହୁ ଲୋକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି | ସୂଚନା ଆନୁସାରେ , ସେ ୨୫ ଟି ଟେଷ୍ଟ ରେ (୯୩୪ରନ , ୬ ଅର୍ଦ୍ଧଶତକ ) ଅନଂ ୩୮ ଟି ଦିନିକିଆ (୭୩୭ ରନ ,୪ ଟି ଅର୍ଦ୍ଧଶତକ) ଖେଳିଥିଲେ |