୪୮ ରନ ରେ ଜିତିଲା ମୁମ୍ବାଇ

140

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଆଇପିଏଲ ମୁକାବିଲା ରେ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନ ରେ କିଙ୍ଗସ ଏକାଦଶ ପଂଜାବ କୁ ପରାସ୍ତ କରିଛି | ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଙ୍କ ଅର୍ଦ୍ଧଶତକ, କିରେନ ପୋଲାର୍ଡ ଓ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବଇ ୪ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା | ଜବାବରେ ଏହି ବିଶାଳ ଲଖ୍ୟ କୁ ପିଛା କରି କିଙ୍ଗସ ଏକାଦଶ ପଂଜାବ ୮ ୱିକେଟ ହରାଇ ମାତ୍ର ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା | ପଂଜାବ ପକ୍ଷରୁ ଏକମାତ୍ର ପୂରଣ ସର୍ବାଧିକ ୪୪ ର୍ନ ସଂଗ୍ରହ କରିଥିଲେ | ପୋଲାର୍ଡ ଙ୍କୁ ଫ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଗଲା |