ଚିଲି ର ସିନିୟର ଦଳ କୁ ୨-୦ ରେ ହରାଇଲା ଭାରତୀୟ ଜୁନିୟର ହକି ଦଳ

137

କଟକ (ଉତ୍କଳ ନ୍ୟୁଜ) ୨୫-୦୧-୨୦୨୧ : ଭାରତୀୟ ମହିଳା ଜୁନିୟର ହକି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖି ଘରୋଇ ଦଳ ଚିଲି ର ସିନିୟର ଦଳ କୁ ୨-୦ ଗୋଲ ରେ ପରାସ୍ତ କରିଛି | ପ୍ରିନ୍ସ ଅଫ ୱେଲସ କାଉଣ୍ଟି କ୍ଲବ ଠାରେ ଖେଳାଯାଇଥିବା ଏହି ମାଞ୍ଚ ଟି କୁ ଭାରତୀୟ ଦଳ ସହଜ ରେ ଜିତିଯାଇଛି | ପ୍ରଥମ ରୁ ଭାରତୀୟ ଆକର୍ଷଣୀୟ ଖେଳ ଖେଳିଥିଲା | ଦଳ ପକ୍ଷରୁ ସଂଗୀତ କୁମାରୀ ଓ ସୁଷମା କୁମାରୀ ଗୋଲ ସ୍କୋର କରିଥିଲେ | ଚିଲି ଦଳ କୁ ବହୁ ସୁଯୋଗ ମିଳିଥିଲା କିନ୍ତୁ ଭାରତୀୟ ଦଳ ର ଶକ୍ତିଶାଳୀ ଡିଫେନ୍ସ କୁ ଭେଦ କରିପାରିନଥିଲା |