ଆଇପିଏଲ -୨୦୨୨ ରେ ଖେଳିପାରନ୍ତି ୧୦ ଟି ଟିମ !

128

କଟକ (ଉତ୍କଳ ନ୍ୟୁଜ) ୧୫-୦୩-୨୦୨୧ : ଆଇପିଏଲ -୨୦୨୨ ରେ ୧୦ ଟି ଟିମ ଭାଗ ନେବେ | ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମେ ମାସରେ ନିଲାମ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ମିଳିଛି | ସୂଚନା ଥାଉକି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି , ସମ୍ପାଦକ ଜୟ ସାହ , ଙ୍କ ସାହ ବିସିସିଆଇ ର ଶୀର୍ଷ ଅଧିକାରୀ ଆଇପିଏଲ ର ବିଭିନ୍ନ ନୀତି ଉପରେ ଆଲୋଚନା କରିଥିଲେ | ଏଥିପାଇଁ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି ସୂଚନା ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି |