ଅନ୍ତର୍ଜାତୀୟ କ୍ରିକେଟ କୁ ଅଲବିଦା କହିଲେ ଏମ ଏସ ଧୋନି

171

କଟକ (ଉତ୍କଳ ନିଉଜ଼) ସ୍ୱାଧୀନତା ଦିବସର ରାତି ୮ଟା ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହି ତାଙ୍କ ପ୍ରଶଂସକ ଆଖିରେ ଲୁହ ଆଣିଦଇଛନ୍ତି ମହେନ୍ଦ୍ର ସିଂ ଧୋନି | ସୋସିଆଲ ମିଡ଼ିଆ ଇନଷ୍ଟଗ୍ରାମ ର ଅଫିସିଆଲ ପୃଷ୍ଠାରେ ୪ମିନିଟ ୭ସେକେଣ୍ଡ ର ଏକ ଭିଡ଼ିଓ ଅପଲୋଡ କରି ଧୋନି ଏହି ସୂଚନା ଦେଇଥିଲେ | ଏହି ଭିଡ଼ିଓ ରେ ଥିଲା ଧୋନି ଙ୍କର ଖେଳ ଜୀବନର କିଛି ସ୍ମରଣୀୟ ଫଟୋ | ଗତବର୍ଷ ଦିନିକିଆ ବିଶ୍ୱକପର ସେମି ଫାଇନାଲ ପରଠୁ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଦୁରେଇ ରହିଥିଲେ | ତାଙ୍କ ଅବସର ନେଇ ପ୍ରତିଦିନ କିଛି ନ କିଛି ଚର୍ଚ୍ଚା ଲାଗିରହିଥିଲା | କିନ୍ତୁ ହଠାତ ତାଙ୍କର ଏଭଳି ନିଷ୍ପତି ସମସ୍ତଙ୍କୁ ନିରାଶ କରିଦେଇଛି |