କ୍ରିକେଟକୁ ଡେଲ ଷ୍ଟେନଙ୍କ ଅଲବିଦା |

145

କଟକ(ଉତ୍କଳ ନ୍ୟୁଜ) :୦୧-୦୯-୨୦୨୧ : ଦକ୍ଷିଣ ଆଫ୍ରିକାର ଦ୍ରୁତ ତମ ବୋଲର ଡେଲ ଷ୍ଟେନ କ୍ରିକେଟ ର ସମସ୍ତ ଫର୍ମାଟକୁ ମଙ୍ଗଳବାର ଦିନ ଅଲବିଦା କହିଛନ୍ତି | ସାମାଜିକ ଗଣମାଧ୍ୟମ ଜରିଆରେ ୩୮ ବର୍ଷୀୟ ଡେଲ ଷ୍ଟେନ ଅବସର ନେଇ ସୂଚନା ଜଣାଇଛନ୍ତି | ୧୭ ବର୍ଷ ର ଲମ୍ବା କ୍ୟାରିୟର ରେ ସେ ୯୩ ଟେଷ୍ଟ, ୧୨୫ ଏକଦିବସୀୟ , ୪୭ ଟି - 20 ମ୍ୟାଚ ଖେଳିଛନ୍ତି | ଏହିକ୍ରମରେ ସେ ଯଥାକ୍ରମେ ୪୩୯, ୧୯୬,ଓ ୬୪ ଟି ଉଇକେଟ ନେଇଛନ୍ତି | ଅନ୍ତର୍ଜାତୀୟ କ୍ରିକେଟ ରେ ୬୯୯ ଉଇକେଟ ନେଇଛନ୍ତି | ଆଇପିଏଲ ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳି ୯୫ ମ୍ୟାଚ ରେ ୯୭ ଉଇକେଟ ନେଇଛନ୍ତି | ତାଙ୍କ ଜୀବନର ଏହା ଏକ ଅବିଶ୍ୱସନୀୟ ଯାତ୍ରା ରହିଥିଲା ବୋଲି କହିଛନ୍ତି ଡେଲ ଷ୍ଟେନ |