ଡିଭିଲିୟର୍ସ ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଆରସିବି ବିଜୟ

123

କଟକ (ଉତ୍କଳ ନ୍ୟୁଜ) ଶନିବାର ଖେଳାଯାଇଥିବା ଆଇପିଏଲ ର ପ୍ରତମ ମ୍ୟାଚ ରେ ଆରସିବି ସିଜିନ୍ରୁ ରେ ଷଷ୍ଠ ବିଜୟ ହାସଲ କରିଛି | ଟସ ଜିତି ପ୍ରଥମ ବ୍ୟାଟିଂ କରି ଉତ୍ଥାପ ୪୧, ଅଧିନାୟକ ସ୍ମିଥ ଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୋୟାଲସ ୧୭୮ ର୍ନ ସଂଗ୍ରହ କରିଥିଲା | ଏହାର ଜବାବ ରେ ବାଙ୍ଗାଲୋର ପ୍ରଥମ ୱିକେଟ ଭାବେ ଆରନ ଫିଂଚ କୁ ଆଉଟ ହୋଇଥିଲେ | ତାପରେ ଅଧିନାୟକ ବିରାଟ କୋହିଲି, ପଡ଼ିକାଲ ଇନିଂସ ସମ୍ଭାଳି ଥିଲେ | ବ୍ୟକ୍ତି ଗତ ସ୍କୋର ୩୫ ରନ କରି ପଡ଼ିକାଲ ଆଉଟ ହୋଇଥିଲେ | ତାପରେ ବିରାଟ କୋହିଲି ମଧ୍ୟ ୪୩ ରନ କରି ଆଉଟ ହୋଇଥିଲେ | ତାପରେ ଦେଖିବାକୁ ମିଳିଥିଲା ଡିଭିଲିୟର୍ସ ଙ୍କ ର ଧୂଆଁଧାର ବ୍ୟାଟିଂ ୧୮ ଓଭର ଖେଳ ଶେଷ ବେଳକୁ ଆରସିବି ୧୪୩ ରନ ସଂଗ୍ରହ କରିଥିଲା | ୧୯ ତମ ଓଭର ରେ ବୋଲିଂ କରିବାକୁ ଆସିଥିବା ଜୟଦେବ ଙ୍କୁ ୩ଟି ଛକା ମାରି ଖେଳ ଶେଷ କରିଦେଥିଲେ | ଡିଭିଲିୟର୍ସ ଧୂଆଁଧାର ଅର୍ଦ୍ଧଶତକୀୟ ୫୫ ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା |