ଉଦଘାଟନୀ ମ୍ୟାଚରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗସ

148

କଟକ (ଉତ୍କଳ ନ୍ୟୁଜ) ପ୍ରଥମ ମ୍ୟାଚରେ ମୁମ୍ବାଇ କୁ ୫ ଉଇକେଟ ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ | ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୨ ରନ କରିଥିଲା | ଜବାବରେ ଚେନ୍ନାଇ ସୁପର କିଙ୍ଗସ ଫାଫ ଡୁପ୍ଲେସିସ ଓ ଅମ୍ବାତି ରାୟୁଡୁ ଙ୍କୁ ଅର୍ଦ୍ଧଶତକ ସହାୟତାରେ ମ୍ୟାଚ୍କୁ ୫ ଉଇକେଟ ରେ ଜିତିନେଇଛି | ଦୀର୍ଘଦିନ ଧରି ପଡିଆକୁ ଓଲ୍ହାଇଥିବା ମହେନ୍ଦ୍ର ସିଂ ଧୋନି ଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଧୋନି ୫ ଉଇକେଟ ପରେ ବ୍ୟାଟିଂ କରିବାକୁ ଆସି ୦ ରନ କରି ଅପରାଜିତା ରହିଥିଲେ |