ସେଭିଲା କ୍ଳବ ହେଲା ୟୁରୋପ ଲିଗ ଚାମ୍ପିଅନ

130

କଟକ (ଉତ୍କଳ ନିଉଜ଼) ସ୍ପେନ ର ପେସାଦାର ଫୁଟବଲ କ୍ଳବ ସେଭିଲା ସବୁ କଳ୍ପନା ର ଅନ୍ତ ଘଟାଇ ରେକର୍ଡ ଷଷ୍ଠ ଥର ୟୁଇଏଫଏ ୟୁରୋପ ଲିଗ ଚାମ୍ପିଅନ ହୋଇଛି | ଚିତ୍ତାକର୍ଷକ ଫାଇନାଲ ମୁକାବିଲାରେ ଦଳ ୩-୨ ଗୋଲ ରେ ଇଣ୍ଟର ମିଲାନ କୁ ପରାସ୍ତ କରିଥିଲା | ୭୪ତମ ମିନିଟରେ ଇଣ୍ଟର ମିଲାନର ଷ୍ଟାର ଖେଳାଳି ରୋମିଲୁ ଲୁକାକୁ ଙ୍କ ଆତ୍ମଘାତୀ ଗୋଲ ସେଭିଲାକୁ ଚାମ୍ପିଅନ କରାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ |